___ଅମୃତାୟନୀ____
ସବୁ କିଛି ଚାଲି ଯିବାପରେ
ମନ ଖୋଜେ ଅତୀତ କୁ,
ସବୁ ସ୍ନେହ ହଜିଗଲା ପରେ
ମନ ଖୋଜେ ସ୍ମୃତି କୁ,
ସ୍ମୃତି ର ସିନ୍ଧୁ ରୁ ଡେଇଁ ସାଇତା ପ୍ରତ୍ୟୟ ଗାଏ
ଆକାଶ ମାଟିର ମିଳନ ସଂଗୀତ
ନିର୍ମମ ଅମାବାସ୍ୟା ଟା ଅପବାଦର ସିନ୍ଦୂର ସୀମନ୍ତେ
ସଜେଇ ଆଙ୍କେ କଳ୍ପନା ର ତୈଳ ଚିତ୍ର ,
ସତ୍ୟ ସାତ୍ତ୍ୱିକ ପ୍ରେମୀୟ ଧାରେ
ପୁନରାବୃତ୍ତି ହୁଏ ନୀଳ ବର୍ଣ୍ଣ ଉଲ୍ଲାସର ପ୍ରେମିଳ ରାଗିଣୀ,
କାନ୍ଦୁଥିବା ମୂହୁର୍ତ୍ତ ରୁ ମୁକ୍ତିପାଏ ମର୍ମଥରା ଯନ୍ତ୍ରଣା ଗୀତି,
ଆକାଶ ବାନ୍ଧିଧରେ ପୃଥିବୀର ଶ୍ବାସ,
ଅନୁଭବ ର ମହକ ବାଢେ ଅଜସ୍ର କମ୍ପନ,
ଶୁଭ୍ର ଦୀପ୍ତି ର ଉଚ୍ଚାଟିତ ସ୍ବର ବାଟ କଢାଏ
ମେଞ୍ଚା ମେଞ୍ଚା ପୁରୁଣା ସ୍ମୃତି ର ରୋଷଣୀ ରେ
ଜ୍ଵଳନ୍ତ ଅବଚେତନ ଆତ୍ମା ମୁକ୍ତି ପାଏ ,
ଶୂନ୍ୟରେ ଭାସି ଭାସି ଅମୃତ କୁମ୍ଭ ରେ
ଅଭିଷେକ ହୁଏ ପୁଣି "ଅମୃତାୟନୀ"।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ
- Get link
- X
- Other Apps
- Get link
- X
- Other Apps
Comments
Post a Comment