(ବାପା: ଅବ୍ୟକ୍ତ ବ୍ୟକ୍ତିତ୍ଵ)
ବେଳେ ବେଳେ ଅଭିମନ୍ତ୍ରିତ ହୋଇଯାଏ ମନ
ବାପାଙ୍କ କବିତାର ପଂକ୍ତି ରେ,
ଲାଗେ ସତେ ଯେମିତି ସବୁ ଶବ୍ଦ ଗୁଡିକ
ସତ୍ୟର ଲଣ୍ଠନ ଧରି ଆଗେଇ ଆସୁଛନ୍ତି
କିଛି ନ ବୁଝି ମୁଁ ଶଦ୍ଦ ର ଅନୁଧାବନ କରେ
ଶଦ୍ଦ ର ଶୀତଳତାରେ ବିମୁଗ୍ଧ ହୋଇ
ଗାରେଇ ଦିଏ ଦୁଇ ଧାଡ଼ି,
ତାଙ୍କର ପ୍ରତ୍ୟେକ ଟି କବିତାରେ
ବାରୁଣୀ ବୁଡ଼ ପକାଏ
ଆତ୍ମ ଚେତନାର ହୁଏ ଉଦ୍ଭବ
ବଢିଯାଏ ଆତ୍ମବିଶ୍ବାସ
ଅବର୍ଣ୍ଣନୀୟ ବାପାଙ୍କ ବର୍ଣ୍ଣ ବିଭା
ବର୍ଣ୍ଣବୋଧ ର ବର୍ଣ୍ଣନା ବାହାରେ
ତାଙ୍କୁ ବୁଝି ହୁଏନି କି ବୁଝାଇ ହୁଏନି
ସେ ପରା ଅନନ୍ତ ର ଚୌପାଢୀ
ଯେତେବେଳେ ହଲିଯାଏ ଜିଇଁ ବାର ଚାରିଖମ୍ବ
ଶିଖେଇ ଦିଅନ୍ତି ବଞ୍ଚିବାର ବୀଜ ମନ୍ତ୍ର
ସୂର୍ଯ୍ୟୋଦୟ ରୁ ଚନ୍ଦ୍ରୋଦୟ
ବିଚ୍ଛୁରିତ କରି ଦିଅନ୍ତି ଆଲୋକର ପ୍ରତିବିମ୍ବ
ସତରେ....
ସେ ମୋ କଳ୍ପନାର ସର୍ବୋଚ୍ଚ ପାହାଚ
ହୁତାହୁତ ଉବୁଜିଲା ପ୍ରଶ୍ନର ଉତ୍ତର,
ସଫଳତାର ଚାବିକାଠି
ଯୋଉଠି ବାପା ନାମକ ଶଦ୍ଦ ଅଛି
ସେଠି ଭୋକ ଅଛି,
ଭାତ ଅଛି ,ଛାତ ଅଛି
ଗର୍ବ ଅଛି,ଦମ୍ଭ ଅଛି ,
ଅଛି ଦୁନିଆରେ ପରିଚୟ ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
- Get link
- X
- Other Apps
- Get link
- X
- Other Apps
Comments
Post a Comment