ରାସ୍ତାକଡ କୃଷ୍ଣଚୂଡ଼ା ହସରେ ମହମହ ବାସ
ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ଟାହିଆ
ସିଧା ସଳଖ ନିମନ୍ତ୍ରଣ କରେ
ତୋଫା ଜହ୍ନ ଆଲୁଅରେ ସେତା ମୁହଁ
ପାପର ପ୍ରାୟଶ୍ଚିତ ପାଇଁ ସତେ
ବେରଙ୍ଗୀ ହୁଏ ଯୌବନ
ତାର ନିରିହତାରେ ସ୍ବପ୍ନ ଅଛି
ଥଣ୍ଡା ପବନ,ମେଘ ,ନୀଳ ଆକାଶକୁ
କୁଣ୍ଢେଇ ଗପି ଚାଲିଛି
ମାପି ପାରୁନି ତା କଳଙ୍କିତ ଜୀବନର କାହାଣୀ
ମେଘର ଢାଙ୍କୁଣୀରେ
ମୁହଁ ଲୁଚେଇ ଝରାଉଛି ଲୁହ
ବାସ୍ନା ରହିତ,ମୁଲ୍ୟହୀନ ଜୀବନ
ସକାଳର କଅଁଳିଆ ଛାତିରେ ପାଲଟି ଯାଏ ଶବ
ହାଏ... ତା ଶେଷ ରାତ୍ରି ର ଷଡ଼ଯନ୍ତ୍ର ରେ
ପଥହରା ହୁଅନ୍ତି ସ୍ବପ୍ନ
ମାଟିକୁ ସାୁଉଁଟି ଜୀବନ କୁ ପୋଷଣ କରେ
ତଥାପି ତା ହାଲ୍କା ମନର ପାରିଲା ପଣ
ଅମଳିନ ହସରେ
ସଜେଇ ହୁଏ ଆଉ ଗୋଟେ ଦୁଃଖ ର କାହାଣୀ
ନା ମନ୍ଦିର,ନା ଗୀର୍ଜା ,ନା ମସଜିଦ
ଅଲୋଡା ତା ଭାଗ୍ୟ
ଆତ୍ମା କୁ ଦାବି କରେ ପ୍ରାପ୍ୟ
ରାତି ରାତିର କଅଁଳ କୋଳରେ
ବନ୍ଧା ପଡେ ତା ଅଭିଶପ୍ତ ଜୀବନ
ତଥାପି ହସରେ ରଙ୍ଗ ବୋଳେ
ଲୁଚିଥିବା ଲୁହର ଗୁପ୍ତ ବେଶରୁ
ସପ୍ତରଙ୍ଗର ହୋରି ଖେଳେ
କ୍ଳାନ୍ତ ମୁହଁ ରେ ଧୀରେ ଦୁଃଖ କୁ ଆଉଜେଇ
ହସି ହସି ସ୍ବାଗତ କରେ ସ୍ବପ୍ନ ରେ
ଝୁଲୁଥିବା ପ୍ରଥମ ରକ୍ତ ଟୋପା
ପବନ ସହ ବୁଝାମଣା କରି
ଘୁଷୁରି ଘୁଷୁରି ବାଟ କଢାଏ
ଅଧର୍ମୀକୁ ଧର୍ମ ରାସ୍ତାରେ।।।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ
Comments
Post a Comment