----ଆଦର୍ଶ ଶିଶୁ----- new
ଅଳସୁଆ କେବେ ହୁଅ ନାହିଁ
ନୀଚ ମନୋଭାବ ଆଣ ନାହିଁ
କାହାରି ମନରେ ଦେବ ନାହିଁ ଦୁଃଖ
ପଣ କର ତୁମେ ଏକ ହୋଇ।
ମିଳିମିଶି ପାଠ ପଢ଼ିବ
ପାଠ ପଢି ଦେଶ ଗଢ଼ିବ
ଦେଶର ଆଗାମୀ ଭବିଷ୍ୟତ ହୋଇ
କରତବ୍ୟ ତୁମେ କରିବ ।
ସରବେ ତୁମେ ରେ ଦେଶବାସୀ
ସଂଗ୍ରାମ କରିବ ମିଳିମିଶି
ପାପ, ଭ୍ରଷ୍ଟାଚାର ଦୂର କଲେ ଦେଶୁ
ଜଗତେ ରହିବେ ହସିଖୁସି।
ଅନ୍ୟ ପାଇଁ ଖୋଳ ନାହିଁଁ ଗାତ
ନିଜେ ପଡ଼ି ହେବ ହନ୍ତସନ୍ତ
ଭାରତମାତା ର ପୁଅଝିଅ ତୁମେ
କର୍ମ କର ହୋଇ ସ୍ଥିର ଚିତ୍ତ।
ଦେଶକୁ ସୁସ୍ବାକ୍ଷର କରିବ
ଗୁରୁଜନ ବୋଲ ମାନିବ
ସବୁଜ, ସୁନ୍ଦର କରିବ ଦେଶକୁ
ପରିବେଶ ରକ୍ଷା କରିବ।
ହସି ହସାଇବ ମଧୁ ବୋଳି
କରିବନି ତୁମେ କେବେ କଳି
ଆଗାମୀ ଦିନରେ ନୂତନ ଆଲୋକେ
ବାନ୍ଧି ରଖ ସଦା ସ୍ନେହ ଡୋରି।
ସ୍ବଚ୍ଛ,କୋମଳ, ଶୁଦ୍ଧ ହୃଦୟ
ପାଠ ପଢି ହୁଅ ବିଜୟ
ଭାରତ ମା ଗର୍ବ ଗୌରବ ପାଇଁ
ଆଗେ ବଢ ମନେ ରଖି ଲୟ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment