ନୁଆ ବରଷ ର ଆଗମନେ
ଆସ ଆସ ଭାଇ ନୁଆ ବରଷ
ହସଖୁସି ଭାର ନେଇ
ରାତି ବାରଟାରୁ ଦୁଆର ଖୋଲିକି
ବସିଅଛୁ ବାଟ ଚାହିଁ
ଶୁଭ ହୁଳହୁଳି ଦେଇ
ନାଚଗୀତ କରି ସ୍ବାଗତ କରୁଛୁ
ହାତେ ଫୁଲତୋଡ଼ା ନେଇ
ନୁଆ ବରଷ ଗୋ ନୁଆ ବରଷ
ଫୁଲ ପାଲିଙ୍କିରେ ଆସ
ପାଟ ରୋଷଣୀ ରେ ଢଳି ଢଳି ତୁମେ
ଆମ ସାଥେ ମିତ ବସ
ଦେଖ ଦେଖ ତୁମେ ଭାଇ
ନବ ରୂପ କାନ୍ତି ଧାରଣ କରିଛି
ହସୁଅଛି ମାତା ମହୀ
ପୁରୁଣା ବରଷ ଛାଡି ଚାଲିଗଲା
କେତେ ସ୍ମୃତି ସ୍ବପ୍ନ ଦେଇ
ତୁମେ ଆସିଗଲେ ପୋଛି ଦେବ ଲୁହ
ମୁଖେ ହସ ଭରି ଦେଇ
ତୁମରି ପଥକୁ ଚାହିଁ
ହିଂସା, ଦ୍ୱେଷ,ରାଗ ଦୂରେଇ ନବ ଯେ
ଏକତାର ବାର୍ତ୍ତା ଦେଇ
ଶୀତ ଭାଇ ଆସି ବଜାଇଲା ଶଙ୍ଖ
ତୁମେ ଗୋ ଆସିବ ବୋଲି
କାକର ବିନ୍ଦୁ ରେ ଢଳ ଢଳ ଛବି
ମନ ନାଚୁଅଛି ଖାଲି
ଆସିଗଲା ଶୁଭବେଳ
ପ୍ରିତୀ ର ପୁଲକେ ଶିହରିତ ଧରା
କରିବ ତୁମକୁ ଗେଲ।
କେତେ ବଣଭୋଜି କେତେ ସଜବାଜ
ଫଟୋସୁଟ ସେଲଫି
ମନେ ଖେଳିଯାଏ ଖୁସିର ଲହର
ମାଇଣ୍ଡ ହୋଇଯାଏ ଫ୍ରି
ସ୍ବାଗତ ହେ ନୁଆ ଭାଇ
ଲକ୍ଷେ ସପନକୁ ଫୁଲରେ ଝୁଲାଇ
ଦୁଃଖ,ଶୋକ ଯାଉ ଧୋଇ।
ବିଶୁଦ୍ଧ ଭାବନା,ନିଃସ୍ବାର୍ଥ କାମନା
ନୁଆ ପ୍ରତିଜ୍ଞାକୁ ନେଇ
ଦୁଃଖ,ଅପମାନ କାହାକୁ ନ ଦେବୁ
ଶପଥ କରୁଛୁ ଭାଇ
ବାନ୍ଧି ସ୍ନେହଶ୍ରଦ୍ଧା ଡୋରି
ପୂର୍ବ ଭେଦଭାବ ଭୁଲିଯିବା ଆମେ
ବଜାଇ ଖୁସିର ତୂରୀ।
Comments
Post a Comment