...ଅସ୍ତିତ୍ବ....
ଶବ୍ଦ ବି ନିରବତାର ଛାଇ
ସ୍ପନ୍ଦନ ମଧ୍ୟ ନିଜେ ଅଜଣା,
ବତାସ ଛୁଇଁଯିବା ଗଳିରେ
ପଛକୁ ଦେଖିଲେ ତ
ଦେଖିବାକୁ ମିଳେ କେବଳ ଧୂଳି
କିଛି ସ୍ମୃତି ଶିରା ଧରି ହସେ,
ସବୁ ରଙ୍ଗ ଧୁଆଁ ହୋଇ ଉଡ଼େ,
କେବଳ ରହିଯାଏ ଆକାଶ ର ଚିରନିର୍ବାଣ
ଆକାଶ ରେ ଦାଗ ଅଛି,
ସେ ଦାଗ କାହାର ଅଶ୍ରୁ ତୁଳି?
ବିଚ୍ଛିନ୍ନ ଅନୁଭୂତି ମାନେ ଆସନ୍ତି ଓ ଯାଆନ୍ତି
ଏକ ଅଲୋକିକ ଛାୟା
ଯାହା ଅନୁଭୂତି ଭିତରେ ନୃତ୍ୟ କରେ
ସେତେବେଳେ ମୋ ଚିନ୍ତା ଆକାର ନିଏ ଲହରୀ,
ମୁଁ ଏଠି ନାହିଁ, ମୁଁ ସେଠି ମଧ୍ୟ ନାହିଁ
ନା ଅଙ୍କିତ ମାନଚିତ୍ର,
ନା କୌଣସି ଆଖିର ଅନ୍ତ
ମୁଁ ଏକ ଅଚିହ୍ନିତ ଦିଗ,
ମୋ ଛାୟା ଚିତ୍କାର କରେ ମୌନ ଗଳିରେ
ଅନୁପସ୍ଥିତି ମଧ୍ୟରେ ଥିବା ଅସ୍ତିତ୍ୱ...
ଏକ ରୂପହୀନ ଭାବନା
ଯେଉଁଠି ଅସ୍ତିତ୍ୱ ମଧ୍ୟ ନିଜେ ନିର୍ବାଚିତ ହୁଏ
ଯାହାକୁ ଛୁଇଁ ପାରେ ନାହିଁ,
କିନ୍ତୁ ଅନୁଭବ କରେ ହୃଦୟ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment