ପ୍ରଗତିର ପଥେ --- ପ୍ରଗତିବାଦୀ
ପ୍ରଗତିବାଦୀ — ଏକ ସୃଷ୍ଟିକାର, ଏକ ଧ୍ୱଂସକାର,
ଯାହାର ଚିନ୍ତା ଏକ ଅଗ୍ନିଶାଳା, ଯାହା ମୂଳ ଯାଏ ଗହୀର
ପଥ ନ ଥିବା ମାଟିରେ ଦାଗ ପକାଏ କିଛି ପାଦ,
ଅଦୃଶ୍ୟ ଚିତ୍ତରେ ଅଙ୍କା ହୁଏ ଆଗାମୀ ଦିଗ
ଘଣ୍ଟି ଶୁଣାଯାଏ ଯାହା ହେଉଛି ଏକ ସ୍ୱପ୍ନ ର ଧ୍ୱନି,
ଗତି ନୁହେଁ ଏହା ହେଉଛି ଚେତନାର ଅନ୍ତଃସ୍ୱର,
ଚିରନ୍ତନ ଶବ୍ଦ ଭାଙ୍ଗି ଦିଏ ଅନୁଭୂତିର କମ୍ପନ,
ପ୍ରଗତି ଏକ ନିର୍ଗତି, ଏକ ଅନିର୍ଦ୍ଦିଷ୍ଟ ଅନୁଭୂତି
ଏହା ଅନୁଭୂତିର ଅକ୍ଷ ଉପରେ ଘୂରୁଥିବା ନିରବ ଚକ୍ର
ଭାଷା ଭାଙ୍ଗେ, ଶୈଳୀ ଗଢ଼େ,
ଧାରଣା ଓଲଟେ,ଧାରଣା ପଲଟେ
ପ୍ରତି ଚିନ୍ତା ହୁଏ ପ୍ରଶ୍ନ — ତା’ର ଉତ୍ତର ଗଢ଼େ ପଥ
ଏହା ଏକ ଧାରା ନୁହେଁ — ଏହା ହେଉଛି ମନୋବୃତ୍ତି,
ବଞ୍ଚିବା ଓ ଭାଙ୍ଗିବା ପାଇଁ, ନୂତନ ଅସ୍ତିତ୍ୱ ପାଇଁ,
ଅନ୍ଧକାର ମଧ୍ୟରେ ଜନ୍ମ ନିଏ ଆଲୋକର ପ୍ରଥମ ଶବ୍ଦ
ଚେତନାର ଗଭୀର ଜଳ —
ତା’ର ତଳେ ଲୁଚିଛି ଅସଂଖ୍ୟ ଅର୍ଥ
ଯିଏ ଅସ୍ତିତ୍ୱ ରେ ନୂଆ ଶବ୍ଦ ଗଢ଼ି
ଚିରକାଳର ଧୃତିକୁ ଚ୍ୟାଲେଞ୍ଜ କରେ,
ପ୍ରତି ଚାଲି ହେଉଛି ତାର ବିଦ୍ରୋହ ର ମୃଦୁ ସ୍ବର,
ସେ ଏକ ଅନୁଭୂତିର ଅଭିବ୍ୟକ୍ତି,
ଯାହା ନିର୍ବାଚିତ ହୁଏ ଅନିର୍ବାଚିତ ଦ୍ୱାରା
ଏହା କେବଳ ଦର୍ପଣ ନୁହେଁ,
ଏହା ହେଉଛି ଜଳ ଉପରେ
ଚିତ୍ରାଙ୍କିତ ଆତ୍ମପ୍ରତିବିମ୍ବ।
Comments
Post a Comment