---
ଅଚାନକ
ଅଚାନକ ଏକ କ୍ଷଣ ଆସେ,
ଯେଉଁଠାରେ ସମୟ ଥମିଯାଏ,
ଅନୁଭୂତି ହୁଏ –ମୁଁ ଯେଉଁଠାରେ ଥିଲି,
ସେଇଟା ସ୍ବପ୍ନ ବସ୍ତବ ନୁହେଁ
ଅଚାନକ ଏକ ପ୍ରଶ୍ନ ଜନ୍ମ ନିଏ –
“ମୁଁ କିଏ?”
ଏହି ଶରୀର, ଏହି ନାମ,
ନା ମୋ ଚିହ୍ନଟକୁ ପୂରା କରେ
ଏକ ଅନୁଭୂତି ଅନ୍ତରେ ଉଦୟ ହୁଏ
"ମୁଁ କେହି ନୁହେଁ, ମୁଁ ସବୁ।"
ଅଚାନକ ଲାଗେ,
ବାହ୍ୟ ଜଗତର ମୃଗତୃଷ୍ଣା,
ଆକାଂକ୍ଷା, ଭୟ, ଏବଂ ସ୍ନେହ –
ସବୁ ମାୟାର ଗୃହସୂତ୍ର,
ଯାହା ଆତ୍ମାକୁ ଭୁଲାଇ ଦିଏ ସେ ନିଜ ସ୍ଵରୂପ
ଅଚାନକ ବୁଝିବାକୁ ମିଳେ –
ସତ୍ୟ ହେଉଛି ଅନୁଭବ,ସତ୍ୟ ହେଉଛି ମୌନ
ଯାହା ଏକ ଛାୟା ଭଳି ଆସେ ଓ ଯାଏ,
ତଥାପି ଏହି ଯାତ୍ରାର ଅର୍ଥ ଦେଇଯାଏ।
ଏହି "ଅଚାନକ" ହେଉଛି ମୋକ୍ଷ ର ଦ୍ୱାର,
ଯେଉଁଠାରେ ବ୍ୟକ୍ତିତ୍ୱ ଲୟ ହୁଏ
ଜାଗି ଉଠେ ଅନ୍ତର୍ନିହିତ ଜ୍ଞାନ
ଏହି ଜ୍ଞାନ ମୁକ୍ତି ର ସଙ୍କେତ,
ଯେଉଁଠି ଆତ୍ମା ଓ ବ୍ରହ୍ମ ଏକାତ୍ମ ହୁଏ।।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
- Get link
- X
- Other Apps
- Get link
- X
- Other Apps
Comments
Post a Comment