ସ୍ୱାଧୀନତା ଆମ ମାନ
ଜୟ ହେଉ ସ୍ୱାଧୀନତା, ଜୟ ହେଉ ମାଟି
ଏହି ଭୂମି ମୋ ପାଇଁ ଏକ ଅମୃତ ବାଟି।
ବୀର ପୁଙ୍ଗବ ଜନ୍ମିଥିଲେ ଏ ଦେଶ ମାଟିରେ,
ବାନ୍ଧି ଦେଲେ ଦେଶକୁ ଶୃଂଖଳର ପଟିରେ।
ଗାନ୍ଧୀଙ୍କ ଅହିଂସା ନିତି, ନେହେରୁଙ୍କ ସ୍ନେହ,
ସୁଭାଷଙ୍କର ଗର୍ଜନ ଭରିଦେଲା ମୋହ।
ସମୁଦ୍ର,ବନ,ପାହାଡ ଜଣାଇଲା ଗାଥା,
ମାଆ ପାଇଁ ଲୁହ, ରକ୍ତ ଉତ୍ସର୍ଗର କଥା।
ଘୋଷଣା ହୋଇଲା ଯେବେ ଆଜାଦିର ଦିନ,
ସେ ଥିଲା ରକ୍ତ, ତ୍ୟାଗର ପବିତ୍ର ବନ୍ଧନ।
ବଳିଦାନ ଦେଇ କଲେ ମୁକ୍ତିର ପ୍ରକାଶ,
ତ୍ରିରଙ୍ଗା ଚୁମୁଅଛି ଆଜି ନୀଳ ଆକାଶ।
ନୂଆ ସ୍ୱପ୍ନ ଆଶା ଆଣେ ଉନ୍ନତିର ମାର୍ଗ,
ବିଦ୍ୟା, ବିଜ୍ଞାନ , କୃଷିରେ କରୁଛି ଯେ ଗର୍ବ।
ଏ ଦେଶେ ଜନମ ମୋର ଅଟେ ନାଗରିକ,
ସତ୍ୟ ,ଶ୍ରମରେ ରଖିବି ମାଟି ମା'ର ଟେକ।
ସ୍ୱାଧୀନତା ନହେଉ ଏକମାତ୍ର ଉତ୍ସବ,
ନ୍ୟାୟ ପଥେ ବଢାଇବା ଆତ୍ମ-ଗଉରବ।
ଆସ ସର୍ବେ ମିଳିମିଶି ପ୍ରତିଜ୍ଞା କରିବା
ସ୍ଵାଧୀନତା ମୂଲ୍ୟ ରଖି ଆଗକୁ ବଢିବା।
Comments
Post a Comment