*****ମୋ ଛାଇ କଥା କୁହେ*****
ଗଭୀର ମୌନତାରେ କୁହେ....
"ତୁ କେହି ନୁହେଁ ସେମାନଙ୍କ ପାଇଁ,
ତୁ ଦେଖୁ ଆଲୋକର ଆଭା,
କିନ୍ତୁ ମୁଁ ଜାଣିଛି ତୋ ଅନ୍ଧାର।"
ମୁଁ ଯେବେ ଚାଲେ ଆଲୋକ ରେ,
ମୋ ଛାଇ ଚାଲେ ସାଥି ହୋଇ
କେବେ ଆଗରେ ନୁହଁ, କେବେ ପଛ ଛାଡ଼ି ଯାଏନି
ମୋ ଛାଇ ତଳେ ରହିଛି ଗପ,
ଅନୁଭୂତି, ଅପେକ୍ଷା, ଓ ଦୁଃଖର ପୋଥି
ସେ ଭୋଗ କରେ ମୋ ଅନ୍ତଃସତ୍ତ୍ବ ଅନ୍ଧକାର,
ମୁଁ କହେ ନାହିଁ, କିନ୍ତୁ ସେ ଶୁଣିଥାଏ ସବୁ ଚିତ୍କାର।
ମୋ ଛାଇ କହେ—
"ତୁ ମୁହଁ ଅଟକାଇଛୁ
ବାହାର ଜଗତର ଭସା ମୁହଁ ଉପରେ,
କିନ୍ତୁ ମୁଁ ଜାଣିଛି ତୋ ମନର ଶବ୍ଦ,
ଏକ ଅବ୍ୟକ୍ତ ଯନ୍ତ୍ରଣା, ଏକ ଅଲିଖିତ ପଥ।"
ମୁଁ ହସୁଥାଏ ସମାଜ ଆଗରେ,
ମୋ ଛାଇ ଜାଣିଥାଏ ମୋ ଦୁଃଖ
ମୋ ଗୋପନ କଥା ଚିତ୍ତରେ ରଖେ
ମୋ ଛାଇ ଅନୁଭବ କରେ ଶବ୍ଦ ବିନା
ସେ କେବେ ଅଭିଯୋଗ କରେନି,
ନା ମୋ ଅଭିନୟ ଉପରେ ହସେ
ତଳକୁ ଝୁକି ମୋ ସହ ଚାଲିବାକୁ,
କେବେ ଅପମାନ ବୋଧ କରେନି
ମୋ ଛାଇ କୁହେ....
"ତୁ ଯେତେ ଦୂର ପଳା, ମୁଁ ହେବି ତୋ ସାଥୀ,
ତୁ ଯେଉଁଠି ଆତ୍ମକଥା ଭୁଲୁଛୁ,
ମୁଁ ସେଇଠି ତୋ ମନର ଆବାଜ ହେଇଛି।
ଏବେ ମୁଁ ବୁଝିଛି..
ମଣିଷ ଅଛି ଦୁଇଟି ଅଂଶରେ
ଏକ ଆଲୋକ ରେ ଚମକୁଥିବା ରୂପ,
ଏକ ଛାଇ ରେ ଲୁଚିଥିବା ସତ୍ୟ
ମୋ ଛାଇ ମୋର ପରିଛାୟା ନୁହେଁ,
ସେ ଅଟେ ମୋ ସଙ୍ଗିନୀ, ମୋର ସତ୍ୟର ଦ୍ରଷ୍ଟା,
ମୋ ଅସ୍ତିତ୍ୱର ନିର୍ମଳ ପ୍ରତିଛବି,
ଅଦୃଶ୍ୟ ଆତ୍ମାଙ୍କ ଅନୁସରୀ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment