....ଅମର ପ୍ରେମ .....
କିଏ ଜାଣିଛି ଆକାଶ ଆଉ ସାଗରର
କେତେ ଦିନର ସଂପର୍କ
ଆକାଶଟା ନଇଁ ପଡ଼ିଛି ସାଗର ଛାତି ରେ
ସେଇ ଶୂନ୍ୟ ମହାଶୂନ୍ୟ ରୁ ଝରୁଥିବା
ସଂପର୍କ ର ଝାଳ ଯଥେଷ୍ଟ ଲୁଣି କରିଛି ସାଗରକୁ
ତା ମଥାରେ କେବଳ ଶୈବାଳର ଉପଦ୍ରବ
ଆକାଶ ର ନୀଳତା ଘୋଳି
ଯାଇଛି ସାଗର ଦେହରେ
ନୀଳ ସାଗର ତଳେ ଉତ୍ସାହ ଝଙ୍କାର,
ଅପାର ଗଭୀରତା, ନିରବ ଚିତ୍କାର,
ପ୍ରତିରାତି ଆଶା କରେ ତା ଜ୍ୱଳନ୍ତ ମନ,
କେବେ ଏ ସାଗର ଆକାଶ
ସିମାନ୍ତରେ ହେବ ସମ୍ପର୍କର ବନ୍ଧନ?
ବର୍ଷା ପରଶ ବାନ୍ଧି ରଖେ ଦୁଇ ପ୍ରାଣକୁ
ଅନ୍ତରରେ ଅନୁଭବ କରେ
ଖୋଜେ ସ୍ନିଗ୍ଧ ଚନ୍ଦ୍ରାନନ୍ତ
ତଥାପି ନିରୀହ ସାଗର ଛାତି ତଳର ସୁନାମି
ଝଡ ପରର ବିକ୍ଷିପ୍ତତା ଡରାଏ,ବିଦୀର୍ଣ୍ଣ କରାଏ
କେବଳ ଦେଖିପାରେ ଆକାଶ
ଆକାଶ କହେ ନିମିଳିତ ନୟନେ —
"ମିଳନ ନୁହେଁ ପ୍ରେମ ର ପରିଚୟ,
ତୁମର ଆସ୍ଥା ଏବଂ ମୋର ଭରସା,
ସେଇ ହେଉଛି ଆମ ଅଦୃଶ୍ୟ ବନ୍ଧନ ର ଆଶା।"
ଏମିତି ହିଁ ଜୀବନ – ଆକାଶ ଓ ସାଗର,
ସ୍ପନ୍ଦନ ଓ ସନ୍ତୁଳନର ସୁନ୍ଦର ଖେଳ
ଏକ ପ୍ରେମ କାହାଣୀ ....
ଏକ ପ୍ରେମ ଗାଥା, ଅବିରତ ଗାତା,
କେବେ ଝଡ, କେବେ ଶାନ୍ତି,
ତଥାପି ମନ ମଧ୍ୟରେ ଅଫୁଟା ଏକ
ଆନ୍ତରିକ ପ୍ରେମ ସାକ୍ଷୀ
ସେହି ମିଳନ ଏକ ଅଦୃଶ୍ୟ ସେତୁ,
ଯେଉଁଠି ଅଛି ଏକା ସାଥି ଅନ୍ୟର ଆଶ,
ଅତୁଟ ଅଦୃଶ୍ୟ ଅମର ପ୍ରେମର ପରକାଶ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
- Get link
- X
- Other Apps
- Get link
- X
- Other Apps
Comments
Post a Comment