ପେହଲଗାମ କାନ୍ଦେ ଶାନ୍ତ ରାତିରେ,
ସୁନା ପୁଅ ଜାଗେ ଦୁଃଖ ଆଖିରେ
ବୋମା , ଗୁଳି ଭାଙ୍ଗିଲା ସ୍ବପ୍ନର ଘର
ଲୁହରେ ଭିଜିଲା ମାଆର କୋଳ।
ମନୁଷ୍ୟ ନୁହଁ, ମୃତ୍ୟୁ ଗନ୍ଧୀ ଲେଖିଲା,
ଅସ୍ତ୍ର ତଳେ ମାନବିକତା ହାରିଲା
ସେନା ଆସିଲେ ରକ୍ତ ମାଟି କୁ ଚିହ୍ନି
ସଜାଇବେ ମା ମଥାର ମଣି।
ସିନ୍ଦୂର ରଙ୍ଗ ବୀର ରକ୍ତ ଭିତରେ,
ଦେଶ ପାଇଁ ସେ ଅନ୍ତିମ ଲଢ଼େ,
ମାଆ ଆଶୀର୍ବାଦ ମଥାରେ ବହି,
ମୃତ୍ୟୁ ଭୟକୁ ମାନିଲା ନାହିଁ।
ପାହାଡ ଘାଟି ,ସାତ ଦରିଆ ଦେଇ,
ସନ୍ଧ୍ୟା ଆସିଲେ ଅନ୍ଧାର ଛାଇ
ମାଆ କହେ— “ମୋ ପୁଅ ନ ଡର,
ଅକ୍ଷତ ରଖିବୁ ମା ମଥା ସିନ୍ଦୂର।
ଅପରେସନ ସିନ୍ଦୂର ଗୁପ୍ତ ରହସ୍ୟ
ସାହସ ଓ ବଳ ରଖି ମନସ୍ୟ
ଶତ୍ରୁ କମ୍ପିଲେ, ନ ଜାଣିଲେ କାହିଁ,
ବୀର ଯବାନ ବଢ଼ିଲେ ତହିଁ ।
ଜଳ ,ସ୍ଥଳ ଅବା ହେଉ ଆକାଶରେ
ପ୍ରତି ମୂଳେ ଥିଲା ଝୁଲି ମୃତ୍ୟୁ ଚିହ୍ନରେ
ତଥାପି ଜବାନ ଚାଲିଲେ ଅଗ୍ରେ,
ପ୍ରତିଶୋଧ ରଖି ମନରେ ବ୍ୟଗ୍ରେ
ସିନ୍ଦୂର ଅଟକିଲା ନା ଅଗ୍ନିବାଣୀ,
ଶତ୍ରୁ କମ୍ପିଲେ ତା ନାମ ଶୁଣି
ଜୟ ହେଉ ମାତୃଭୂମି ଶାଶ୍ୱତ କାଳ,
ସିନ୍ଦୂର ରଙ୍ଗ ହେଲା ରକ୍ତ ରେ ଲାଲ।
ଅପରେସନ ସିନ୍ଦୂର – ଏକ ଅଭିଯାନ,
ମାତୃଭୂମିର ଗର୍ବ ବିଜୟ ଗାନ
ମାତୃ ପାଇଁ ପ୍ରାଣ ଅର୍ପିତ ଅନୁବନ୍ଦ
ରଖିଲା ସିନ୍ଦୂରମାନ ମାଟିର ଗନ୍ଧ।
ସିନ୍ଦୂର ଚମକିଲା ମା ମଥାର ଭାଗେ,
ଏ ନୁହେଁ ବିବାହ, ଏହା ବିଜୟ ରାଗେ
ଅପରେସନ ଥିଲା ଗୁପ୍ତ ଶକ୍ତିର ଚିହ୍ନ,
ତ୍ୟାଗ ରହିଗଲା ଅମର , ଅବିନ୍ନ।
Comments
Post a Comment