ଆଜି ଆନମନା ମନ ଟା ଉଡାଣ ଧରିଛି
ସୂର୍ଯ୍ୟ ଙ୍କର ରକ୍ତିମ ଛନ୍ଦରୁ
ଚେନାଏ ବୋଳି ହୋଇଯାଇଛି ମୋ ଓଠରେ
ଅପେକ୍ଷାର ଆହୁତି ଢାଳି
ସଜେଇ ଦେଇଛି ଅନ୍ତଃ ପ୍ରକୋଷ୍ଠ କୁ
କୀର୍ତ୍ତି କୋଣାର୍କ ର ନୃତ୍ୟାଙ୍ଗନା
ପ୍ରେମ ଇଙ୍ଗିତରେ ଉହୁଙ୍କି ଆସିଛନ୍ତି
ପ୍ରୀତି ସମ୍ମୋହନରେ ଉଦ୍ଦବେଳିତ ମନ
ପୁଲକିତ ହେଉଛନ୍ତି
ଆଖି କୁ ମାଗିଛି ଟିକେ ଲାଜ,
ଜହ୍ନ କୁ ମାଗିଛି ଜ୍ୟୋତ୍ସ୍ନା,
ଚକୋରୀ କୁ ମାଗିଛି ଉନ୍ମାଦନା,
ମହଣ ମହଣ ବାସ୍ନା ରେ
ସମାଧୀସ୍ଥ ନୀରବ ପ୍ରେମ ସ୍ବର ତୋଳିଛି
ମୋର ଅଗ୍ନିସ୍ନାତ ଚକ୍ଷୁ ପ୍ରଶାନ୍ତିର
ଭାବ ସମୁଦ୍ରରେ ନୀରବି ଯାଇଛି
ଆକାଶ ର ଗର୍ଭ ଗୃହ
ରାତ୍ରି ର ଅଭିସାର ପାଇଁ
ସଜେଇ ହୋଇଛି ପ୍ରୀତି ଫୁଲ ରେ
ତୁମ ନରମ ପାପୁଲି ର ଗରମ ଗରମ ଛୁଆଁ
ଆଃ....
ସୁପ୍ତ କାମନାକୁ କରିବ ଛଟପଟ
ଶୁଣ..! ମୋର ପ୍ରତିକ୍ଷା କୁ କରିବନି କଳଙ୍କିତ
ଆଜି ବୈଶାଖୀ ପତ୍ରଝଡ଼ା କୁ
ଫେରେଇ ଦେଇଛି ବସନ୍ତ କୁ ଡାକି
ତୁମ ଶାନ୍ତ, ସ୍ନିଗ୍ଧ ଚାହାଣୀ
ମଧୁ କମ୍ପନ ଭରିଦେବ,
କୌମଦୀ ଚର୍ଚ୍ଚିତ ମୋହନ ବଂଶୀ
ମୋ ନୀରବ ଓଠର ପ୍ରୀତି ପାଖୁଡ଼ା ରେ
ଥମି ଥମି କିଛି କହୁଥିବ
ତୁମ ପ୍ରେମ ମଳୟ ଛୁଆଁରେ
ସାଇତା ଅବ୍ୟକ୍ତ ଗାଉଥିବେ ସ୍ବାଗତ ମହ୍ଲାର
ତୁମ ଚୁମ୍ବନ ର ନୀଳ ରଙ୍ଗ ଚିହ୍ନ
ହେବେ ଆମ ଆତ୍ମା ମିଳନର ମୁକସାକ୍ଷି
ମୋ ଅନୁରାଗ ଅନାୟୁତ ସ୍ବପ୍ନ ରେ ତୁମେ ଭିଜୁଥିବ
ମୋ ରକ୍ତିମ ଗଣ୍ଡ ଦେଶରେ ଚିତ୍ରିତ ଲଜ୍ଜା
ଯାହାକୁ ତୁମେ କହିବ ଆମ ପ୍ରଣୟର
ଚୀର ସବୁଜ ପ୍ରେମ ପରିଭାଷା ବୋଲି
ଆନନ୍ଦ ରସଘନ ଯୌବନରେ
ମଧୁମତ୍ତ ହୋଇ ହୃଦ ତଳପ ତଳେ
ସିଞ୍ଚୁଥିବେ କାମନା ,ବାସନାର ପ୍ରେମବାରି ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment