Skip to main content

ପ୍ରକୃତି...ପାଞ୍ଚୋଟି ସ୍କେଚ୍





ପ୍ରକୃତି...ପାଞ୍ଚୋଟି ସ୍କେଚ୍

୧...
ମୋ ପିଲାବେଳେ ଦେଖିଥିଲି
ସବୁଜ କ୍ଷେତ,ବନ,ପାହାଡ଼
ପ୍ରକୃତିର ମନୋରମ ଛାଇ
ତା'ର ପ୍ରୀତି ରେଣୁରଙ୍ଗ,
ତା ରୂପ ମାଧୁରୀରୁ
ମୁଠାଏ ଇନ୍ଦ୍ରଧନୁ ଛିଟା
ଆଙ୍କି ହୋଇ ଯାଇଥିଲା 
ମୋ ସାଧା କାନଭାସ୍ ରେ,
ପ୍ରତୀଚୀ ଗଗନେ ସନ୍ଧ୍ୟା ରାଣୀର ଗୋଲାପି ବାସରେ
ପ୍ରକୃତିର ଅପୂର୍ବ ମିଳନ
କୁଞ୍ଜ କୁଞ୍ଜ ନା ନା ବିଧ ପୁଷ୍ପର ସଂଭାର,କୈରବିଣୀ ରୂପ ବର୍ଣ୍ଣାଳୀ,
ସୁଲଭ ମନ କୁ କରୁଥିଲା ରସବନ୍ତ।
୨....
ଆଉଥରେ ପ୍ରକୃତି ସହ ଭେଟ ହେଇଥିଲା
 ମୋ କଲେଜର ହତା ଭିତରେ
ଯେତେବେଳେ ତୀବ୍ର ହେଲା ମନୁଷ୍ୟର ଗତି,
ପ୍ରକୃତିର ସବୁଜିମା ସମୃଦ୍ଧି ର ମୃଗତୃଷ୍ଣାରେ,ସମ୍ଭ୍ରାନ୍ତ ଙ୍କ ଦୂଷିତ ରକ୍ତରେ ପାଲଟିଗଲା ମରୁଭୂମି,
ଗେରୁଆ ମାଟିରେ ଲମ୍ବିଗଲା କଙ୍କ୍ରିଟ ରାସ୍ତା 
ରସାୟନ ରେ ବନ୍ଧା, ପ୍ଲାଷ୍ଟିକ ରେ ଛନ୍ଦା ଅନ୍ଧା କାନୁନ
 କଲା ବାୟୁ ପ୍ରଦୂଷଣ,
ପଞ୍ଚଭୂତ ରେ ମିଶ୍ରଣ ହେଲା ବିଷାକ୍ତ ଦୁର୍ଗନ୍ଧ,
ଜାନ୍ତ୍ରିକ ଦସ୍ୟୁ ମଦ ମାତ୍ସର୍ଯ୍ୟ ରେ ମସଗୁଲ ହୋଇ ଫାର୍ସା,ଟାଙ୍ଗିଆ ଧରି ତୁହାକୁ ତୁହା ଧର୍ଷୁଥିଲେ ପ୍ରକୃତି ମାଁ କୁ
ତା'ର ସାବଜାପତ୍ର ଶେଯରେ କଣ୍ଟକିତ ଚେତନାର ମହାସଂଗ୍ରାମ
ସମୟର ଅଙ୍ଗାର ସୁଅରେ ଦେଉଥିଲା ଅଗ୍ନି ପରୀକ୍ଷା
ଗଢ଼ିବାକୁ ନୂଆ ଏକ ପଲ୍ଲବିତ ପ୍ରକୃତି।
୩...
ଆଉଥରେ ଅଚାନକ୍ ଦେଖାହେଲା ପ୍ରକୃତି ସହ
 ୧୯୯୯ ମହାବାତ୍ୟା ପରେ..
ଯୌବନଗତା ପ୍ରକୃତି ଥିଲା ଶ୍ରୀହୀନା
ମାଳ ମାଳ ଶବ ଢେ଼ଉରେ
ଲଙ୍ଗଳା ଶିଶୁ ଦରାଣ୍ଡୁ ଥିଲା ମୃତ ମା'ର ସ୍ତନ ଯୁଗଳ,
ପାଗଳିନୀ ଯଶୋଦା
ଚାହିଁ ରହିଥିଲା ଲେଉଟାଣି ବାଟ,
ସାରା ରାତି ସାରା ଦିନ 
ଶୂନ୍ୟତା ହିଁ ଶୂନ୍ୟତା
ଅଭିମାନୀ ମାଟିରେ ପ୍ରଗାଢ କ୍ଷୟ 
ଶୋକରେ,ଶଙ୍କା ରେ,ଭୟରେ 
ବଞ୍ଚିବାର ପାଉ ନଥିଲା ପ୍ରତିକାର,
କିଚି ମିଚିଆ କଳା ଦୁଃଖ
ଛୁଇଁ ଯାଉଥିଲା ପ୍ରକୃତି ର କାନ୍ଧକୁ ଧୀରେ ଧୀରେ,
ଅଦୃଶ୍ୟ ରହସ୍ୟ ର କୋହ
କାନ୍ଦର ନିରିହତାରେ ମୁହୂର୍ତ୍ତ ରୁ ମୁହୂର୍ତ୍ତ ହଜି ଯାଉଥିଲା 
ସମୟ ର ତାଳେ ତାଳେ
୪...
ବାଟରେ ଯାଉ ଯାଉ ପୁଣିଥରେ ସାକ୍ଷାତ ହେଲା ପ୍ରକୃତି ସହ ଏହି କରୋନା କାଳରେ ଏକ ଅସହାୟ ରୂପରେ,
ଜଳୁଥିଲା ବିଷମ,ଅକ୍ଷମ,ହତାଶାର ବହ୍ନି
ବସନ୍ତର ନିରୋଳା ସ୍ବାକ୍ଷର ଲାଗୁଥିଲା ବେଇମାନ,
ଜୀବନ ମୃତ୍ୟୁ ର ଅନ୍ତହୀନ ନାମଯଜ୍ଞରେ 
ସ୍ବାହା ହେଉଥିଲା ଦୃଢତା ....
ଶୂନ୍ୟତା ର ପ୍ରାଚୀର ନିର୍ମାଣ ଉହାଡରେ 
ସ୍ବପ୍ନ ଫୁଲ ମାନ ଘୁଞ୍ଚି ଘୁଞ୍ଚି 
ଯାଉଥିଲେ ଦୂରକୁ ଆହୁରି ଦୂରକୁ
ପ୍ରକୃତି ନିରବ ବିସ୍ମୟ ବେଓ୍ବାରିସ ହୋଇ 
ଅଜଗର ଆଁ ରୁ ମୁକୁଳିବାର ଅଭିପ୍ରାୟ କରୁଥିଲା
କ୍ଷମତାର ସ୍ବୈରତନ୍ତ୍ର ନିର୍ଜିବ, ନିର୍ବାକ,
ଦାନବର ନିଃଶ୍ବାସ ରେ ଅଗ୍ନିଦଗ୍ଧ ହେଉଥିଲା ପୃଥିବୀ,
ରଙ୍ଗୀନ ଖୋଳରେ ବତୁରା ଜୀବନ
ଅଭିଶପ୍ତ ସୁପ୍ତ କଳଙ୍କିର ଆସନ୍ନ ମୃତ୍ୟୁ ରେ
ଲହୁଲୁହାଣ ହୋଇ ଉଠିଥିଲା,
ହରେଇ ଦେଇଥିଲା ପ୍ରକୃତି ତାର 
ଆତ୍ମସତ୍ତା ଚହଟ,ସୁବାସ ଆଉ ଉଲ୍ଲାସ।
୫....
କବିତା ଲେଖିବା ଆଳରେ ପ୍ରକୃତି କୁ
 ପୁଣି ଭେଟିଲି ୨୦୨୫ ରେ
ତାର ଅସହାୟ,ବିଷର୍ଣ୍ଣ,ବିଦୀର୍ଣ୍ଣ ମୁଖରୁ ଝଲସୁ ଥିଲା
ଏକ ଅନାସକ୍ତ ଭାବ,...
ମାନହାନି ହୋଇଛି ତା ସୌନ୍ଦର୍ଯ୍ୟ ର
ଏପଟେ ଧର୍ମ ନାମରେ ଅଧର୍ମ ର ରାଜତ୍ଵ 
ଭୁଲି ଯାଇଛି ହସ କୌଶଳ
 ତା ପଣତରେ ରକ୍ତ ଛିଟାର ଦାଗ
ଦେଖୁ ଦେଖୁ ତା କୋଳରେ ଜନ୍ମିତ ବୀର ପୁଙ୍ଗବ 
ଶହୀଦ ତା ଆଖି ଆଗରେ
ଆତଙ୍କବାଦୀ କୂଟ ଚକ୍ରାନ୍ତରେ ଆତଙ୍କିତ ମନ
ହଜିଯାଇଛି ଭାଇଚାରା ଭାବ
ପ୍ରକୃତିର ମାନଚିତ୍ର ଖଣ୍ଡବିଖଣ୍ଡ
କେବେ ଆସିବ ପ୍ରୀତି ର ମହାକୁମ୍ଭ
କୁତ୍ସିତ କଦାକାର ମାନସିକତା ବୁଡ଼ ପକେଇ
କରିବେ ସମ୍ଭାଷଣ ନୁଆ ଏକ ପ୍ରକୃତିର।


Minakshi Dwivedy 
Indiabulls Enigma society 
Sector 110
B block, 021
Gurgaon 
122017 
Phn 7978082834








Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...