ପ୍ରକୃତି — ଏକ ଅଲିଖିତ ଚିଠି,
ପ୍ରତ୍ୟେକ ଫୁଲ ଏକ ଗୁପ୍ତ ଭାଷାର ଅନୁବାଦ,
ମାଟି ମଧ୍ୟରେ ଗୁଞ୍ଜେ ଏକ ଅଜଣା ଗାଥା,
ଆକାଶ ଆଜି ଏକ ଶୂନ୍ୟ କାନ୍ଭାସ,
ଯୋଉଠି ରୂପ ଏବଂ ରଙ୍ଗ ଏକାକୀ ମିଶିଯାନ୍ତି,
ମେଘ ଅତୁଟ ଭାବେ ଛୁଇଁଯାଏ ମନର ଗଭୀର ସ୍ଥଳ,
ବେଳୁଆ ବେଳାରେ ଧୂଳି ହେଉଛି ସ୍ମୃତିର ଅକ୍ଷର
ଗଛ ଜଣେ ଅଦୃଶ୍ୟ ଲେଖକ,
ପତ୍ର ହେଉଛି ତା'ର ଅନୁଭୂତିର ଅକ୍ଷର।
ଏହି ଶାନ୍ତିର ସେ ସ୍ନିଗ୍ଧ ହସ
କୁହୁଡି ଭିତରେ ସଂଗୀତର ତରଙ୍ଗ ଖେଳାଏ
ଚନ୍ଦ୍ରର ଦୀପରେ ଧୀରେ ଅଗ୍ନି ବିମୋହିତ ହୁଏ ।
ପ୍ରକୃତି ଏଠି ଅନ୍ତର୍ଦ୍ୱାନି,
ଏକ ଅନେକମୁଖୀ ଆତ୍ମା,
ଯାହା ନିଜକୁ ନ ଦେଖାଏ
କିନ୍ତୁ ଆମ ପାଇଁ ଏକ ଅନୁଭବ ଛାଡ଼ିଯାଏ,
ଯାହା ଶବ୍ଦ ଭିତରେ ନୁହେଁ,
କେବଳ ନିରବତା ଭିତରେ ଜୀବନ୍ତ
ଯାହା ଶୁଣିପାରେ ମାତ୍ର ନିଜ ଶବ୍ଦକୁ ଭୁଲିଯାଇ
ଯେଉଁଠାରେ ସମୟ ଅସ୍ଥିର, ଧ୍ୱନି ଅଦୃଶ୍ୟ,
ପ୍ରକୃତି ନିଜେ ନିଜକୁ ଶୁଣେ
ଏକ ଗଭୀର ଅନୁଭୂତିର ଆଲୋକରେ
ପ୍ରକୃତି ଉତ୍ତର ଦିଏ ନିରବତାରେ
"ସ୍ଥିତିରେ ଅଛି ମୁକ୍ତି, ଅଭିଲାଷାରେ ନୁହେଁ।"
ପ୍ରକୃତି — ଏକ ଦର୍ପଣ,
ଯେଉଁଥିରେ ଆମେ ଦେଖୁନାହିଁ
ନିଜ ମୁହଁ ବରଂ ଦେଖିଥାଉ
ଏକ ଅନିର୍ଦ୍ଦିଷ୍ଟ ଆତ୍ମା ଯାହା ଆମକୁ ଆକାର ଦେଉଛି।
ପ୍ରକୃତିର ଏହି ନିରବ ସ୍ବର
ଏକ ଦାର୍ଶନିକ ଗାଥା,
ଯାହା ମନୁଷ୍ୟ ଚିତ୍ତର ଅନ୍ତସ୍ଥଳରେ
ସ୍ୱରୂପ ଓ ସତ୍ୟ ର ପ୍ରଭା ସୃଷ୍ଟି କରେ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment