Skip to main content

(ସରକାରୀ ବିଜ୍ଞାପନ : ବ୍ୟବସାୟିକ ପ୍ରବୃତ୍ତିର ବିଶ୍ଳେଷଣାତ୍ମକ ଆଲୋଚନା )



(ସରକାରୀ ବିଜ୍ଞାପନ : ବ୍ୟବସାୟିକ ପ୍ରବୃତ୍ତିର ବିଶ୍ଳେଷଣାତ୍ମକ ଆଲୋଚନା )

ଏହି ଯୁଗ ହେଉଛି ପ୍ରଚାର ଓ ପ୍ରସାରର ଯୁଗ। ଯଦି ଜନସାଧାରଣ ସରକାରୀ ଯୋଜନା ବିଷୟରେ ଜାଣି ପାରିବେନି, ତେବେ ସେମାନେ ତାହାଠାରୁ କେମିତି ଲାଭ ଉଠାଇ ପାରିବେ?
ସରକାରଙ୍କର ସମସ୍ତ ନିତୀ , ନିୟମ ଓ କାର୍ଯ୍ୟ ଲୋକଙ୍କ ପାଇଁ ଉଦିଷ୍ଟ ଏବଂ ଲୋକଙ୍କର ଅର୍ଥରେ ହୁଏ । ତେଣୁ ଏ ସବୁର ସର୍ବସାଧାରଣରେ ଜ୍ଞାତ ପାଇଁ ବିଜ୍ଞାପନର ନିହାତି ଆବଶ୍ୟକତା ଅଛି। ଏଥିପାଇଁ ବିଜ୍ଞାପନ ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ। ଦୀର୍ଘ ବିଶ୍ୱ ବ୍ୟାପୀ ଉନ୍ନତି, ଗ୍ଲୋବାଲାଇଜେସନ୍ ଓ ଡିଜିଟାଲ ଯୁଗର ଆଗମନ ସହିତ ସୂଚନା ଓ ପ୍ରଚାର ଆଜି ଏକ ଅବିଭାଜ୍ୟ ଅଂଶ ହୋଇଯାଇଛି। ଏପରି ପରିପ୍ରେକ୍ଷିରେ ସରକାର ମଧ୍ୟ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ନୀତିଗତ ପଦକ୍ଷେପ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେବା ପାଇଁ ବିଜ୍ଞାପନ ଉପରେ ନିର୍ଭର କରୁଛନ୍ତି।
           ସରକାର ଏକ ବ୍ୟବସ୍ଥାପନା ଅଙ୍ଗ, ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଜନସେବା। ସେଥିପାଇଁ ଏହାର କାର୍ଯ୍ୟ ପ୍ରକୃତ ଅର୍ଥରେ ଲୋକମାନଙ୍କ ଆବଶ୍ୟକତା, ସୁବିଧା ଓ ସୁରକ୍ଷା ଉପରେ ଆଧାରିତ ହେବା ଉଚିତ। ଏହାର କାର୍ଯ୍ୟ ଲାଭ ଅର୍ଜନ କରିବା ନୁହେଁ, ବରଂ ଲୋକଙ୍କ ସୁବିଧା, ସୁରକ୍ଷା ଓ ଉନ୍ନତି ସୁନିଶ୍ଚିତ କରିବା। ଏହି ନିମିତ୍ତରେ କେତେକ ବିଜ୍ଞାପନ ଆବଶ୍ୟକ ଅଟେ ଯଥା: ସ୍ୱାସ୍ଥ୍ୟ ଯୋଜନା, ଶିକ୍ଷା ଅଭିଯାନ, ଧାର୍ମିକ ଦ୍ରୋହ, ବିରୋଧୀ ପଦକ୍ଷେପ ଓ ଜନସାଧାରଣ ଅଧିକାର ସମ୍ପର୍କରେ ସଚେତନତା। ଯେପରିକି ଗ୍ରାମ ଓ ସହର ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଯୋଜନା ବିଷୟରେ ଜଣାଇବା ପାଇଁ ବିଜ୍ଞାପନ ଅତ୍ୟାବଶ୍ୟକ। ଏହା ଜନସାଧାରଣଙ୍କ ସଚେତନତା ବୃଦ୍ଧି କରେ, ତାଙ୍କୁ ସହଯୋଗୀ କରେ, ଏବଂ ଏହି ସଚେତନ ସମାଜ ଗଠନ କରିବାରେ ସାହାଯ୍ୟ କରେ। ଜନସାଧାରଣଙ୍କ ମଧ୍ୟରେ ସୂଚନା ଓ ସଚେତନତା ବଢ଼ାଇବା ପାଇଁ ଏହା ନିଶ୍ଚିତ ଭାବରେ ପ୍ରଶଂସନୀୟ। ଏକ ଗଣଶକ୍ତି ଭିତ୍ତିକ ଲୋକତନ୍ତ୍ରରେ ସରକାର ତାଙ୍କ ଯୋଜନା ବିଷୟରେ ଜନସାଧାରଣଙ୍କୁ ସୂଚନା ଦେବା ଦ୍ୱାରା ସେମାନେ ଲାଭ ଉଠାଇ ପାରିବେ। ବିଜ୍ଞାପନ ମାଧ୍ୟମରେ ଗ୍ରାମ ଓ ସହର ମଧ୍ୟରେ ସମ ଅଧିକାର ଓ ସମାନ ସୂଚନା ଦେବାରେ ସୁବିଧା ହୁଏ। ଆୟୁଷ୍ମାନ୍ ଭାରତ, ସ୍ବଚ୍ଛ ଭାରତ, ଉଜ୍ଵଳା ଯୋଜନା, ଜନଧନ ଯୋଜନା,କୌଶଳ ଭାରତ ଯୋଜନା ପ୍ରଭୃତି ସଫଳତାର ଏକ ମୂଳ କାରଣ ହେଉଛି ଏହାର ଏ ଶକ୍ତିଶାଳୀ ବିଜ୍ଞାପନ ଅଭିଯାନ। ଭୋଟ ଅଧିକାର, ଷ୍ଟାର୍ଟଅପ୍ ପ୍ରୋତ୍ସାହନ, ଭାରତ ନେଟ ଯୋଜନା ମଧ୍ୟ ସୂଚନା ମାଧ୍ୟମରେ ଜଣାଇବା ସମ୍ଭବ ହୋଇପାରିଛି। ଗ୍ରାମୀଣ ଅଞ୍ଚଳରେ ଅନେକ ଲୋକ ସରକାରୀ ଯୋଜନା ବିଷୟରେ ଅଜ୍ଞାତ ଥାଆନ୍ତି। ବିଜ୍ଞାପନ ତାଙ୍କୁ ଏହି ସୁଯୋଗ ସହିତ ଜଡିତଥିବା ସର୍ତ୍ତ, ଲାଭ ଓ ପ୍ରକ୍ରିୟା ବିଷୟରେ ଜଣାଇଥାଏ। ନୂଆ ନୀତି ବା ପ୍ରକଳ୍ପ ଆରମ୍ଭ କରିବା ବେଳେ ଲୋକଙ୍କୁ ସୂଚିତ କରିବା ଆବଶ୍ୟକ। ଏହା ଭିତରେ ତାଲିକା ଭିତ୍ତିକ ଲାଭାନ୍ୱିତମାନେ, ଅର୍ଜନ ପ୍ରକ୍ରିୟା, ତାରିଖ, ମାନଦଣ୍ଡ ଆଦି ସ୍ପଷ୍ଟ ସୂଚନା ଦେଇପାରିଥାଏ। ଆପଦ ପରିସ୍ଥିତିରେ ଜରୁରୀ ସୂଚନା ହେଉ କିମ୍ବା ସାମାଜିକ ଓ ନୀତିଗତ ମୂଲ୍ୟ ପ୍ରଚାର ବିଜ୍ଞାପନ ଦ୍ବାରା ଲୋକଙ୍କ ମଧ୍ୟରେ ବିସ୍ତାର କରାଯାଏ ଓ ସତର୍କ କରାଯାଏ ।
         ବିଜ୍ଞାପନ ଏକ ସୂଚନା ମାଧ୍ୟମ ଭାବେ ଗ୍ରହଣଯୋଗ୍ୟ କିନ୍ତୁ ଯେତେବେଳେ ସରକାର ବ୍ୟବସାୟିକ ମନୋଭାବରେ ଅତିରିକ୍ତ ବିଜ୍ଞାପନର ଆଶ୍ରୟ ନିଏ, ତେବେ ଏହା ଉପରେ ନୀତିଗତ, ଆର୍ଥିକ ଓ ଲୋକତନ୍ତ୍ରିକ ଦୃଷ୍ଟିକୋଣରୁ ଗଭୀର ପ୍ରଶ୍ନ ଉଠିଥାଏ।କିନ୍ତୁ ଆଜିର ସମୟରେ ଆମେ ଦେଖୁଛୁ ଯେ ବେଶ କିଛି ସରକାରୀ ଅଭିଯାନ ଏମିତି ମାତ୍ରାଧିକ ବିଜ୍ଞାପନ ଓ ପ୍ରଚାର ଉପରେ ନିର୍ଭର କରୁଛି, ଯାହା ଏକ ବ୍ୟବସାୟିକ ମନୋଭାବକୁ ସୂଚିତ କରୁଛି। ଯେତେବେଳେ ଏହି ବିଜ୍ଞାପନର ଉଦ୍ଦେଶ୍ୟ ସେବା ନ ହୋଇ ଏକ ନିଜସ୍ୱ ଛବି ବିକାଶ କିମ୍ବା ରାଜନୈତିକ ଲାଭ ଲାଗି ହୁଏ, ତେବେ ଏହା ଅନୁଚିତ ଓ ଅନୈତିକ। ସରକାରୀ ଧନ ଦ୍ୱାରା ଯଦି ବିଜ୍ଞାପନରେ ଲୋକଙ୍କୁ ବିକ୍ରୟ ମନୋଭାବରେ ଲାଭ ଧ୍ୟାନରେ ରଖି ଉପସ୍ଥାପିତ କରାଯାଏ, ତେବେ ଏହା ଲୋକତନ୍ତ୍ର ଦୁର୍ବଳ କରିପାରେ। ସାରା ଦେଶରେ ଯେଉଁ ସମୟରେ ଅନେକ ଲୋକ ପାନୀୟ ଯୋଗ୍ୟ ଜଳ, ଭଲ ଶିକ୍ଷା, ଓ ଚିକିତ୍ସା ସୁବିଧା ନଥିବାରେ ଦୁଃଖ ଭୋଗୁଛନ୍ତି, ସେଠି ସରକାରଙ୍କର କୋଟି କୋଟି ଟଙ୍କା ବିଜ୍ଞାପନ ପାଇଁ ବ୍ୟୟ ହେବା ଲୋକ ମନରେ ପ୍ରଶ୍ନ ଉଠାଏ। ଏହି ପ୍ରଶ୍ନ ହେଉଛି ସାଧାରଣ ଲୋକଙ୍କର ମନ ଭିତରୁ ଆସୁଥିବା ଅସନ୍ତୋଷର ଅଭିବ୍ୟକ୍ତି।
    କୋଟି କୋଟି ଟଙ୍କା ବିଜ୍ଞାପନରେ ବ୍ୟୟ କରାଯାଏ, ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଓ ଗ୍ରାମୀଣ ବିକାଶ ପାଇଁ ଧନର ଅଭାବ ରହିଥାଏ। ବିଜ୍ଞାପନରେ ଯେଉଁ ତଥ୍ୟ ଦିଆଯାଏ, ତାହା ଦଳୀୟ ଅଭିମୁଖ ଓ ଅତିଶୟୋକ୍ତି ପୂର୍ଣ୍ଣ ହୋଇଥାଏ, ଯାହା ଜନସାଧାରଣ ମନରେ ଭ୍ରମ ସୃଷ୍ଟି କରେ। ଏହି ଢଙ୍ଗର ଦୃଶ୍ୟ ଦେଖି ଲୋକମାନେ ସରକାର ଉପରେ ଆନ୍ତରିକ ଭରସା ହାରାଇଥାନ୍ତି। ଅନେକ ସରକାରୀ ବିଜ୍ଞାପନରେ ନେତାଙ୍କ ଫଟୋ, ଦଳର ଲୋଗୋ, ବ୍ୟକ୍ତିଗତ ଶ୍ରେୟ ଆଦିର ଅତ୍ୟାଧିକ ବ୍ୟବହାର ହୁଏ। ଏହା ଜନସେବାର ଚେହେରାକୁ ରାଜନୈତିକ ରଙ୍ଗ ଦିଏ।
ଅନେକ ସମୟରେ ବିଜ୍ଞାପନରେ ବ୍ୟୟ ହେଉଥିବା ଧନ ଏମିତି ଅଞ୍ଚଳରେ ଖର୍ଚ୍ଚ ହେଉଥାଏ, ଯେଉଁଠି ମୂଳ ଆବଶ୍ୟକତା ଅପୂରଣ ରୁହେ— ଶିକ୍ଷା, ଶୁଦ୍ଧ ଜଳ, ଚିକିତ୍ସା ଓ ରୋଜଗାର।
ବେଶ କିଛି କିଛି ବିଜ୍ଞାପନ ସେମାନେ ଦେଉଥିବା ତଥ୍ୟକୁ ତାଳମେଳ ଓ ପ୍ରମାଣ ସହିତ ନ ଦେଇ, ଜନସାଧାରଣଙ୍କୁ ଭ୍ରମିତ କରିଥାଏ। ବର୍ତ୍ତମାନ ଅନେକ ସରକାରୀ ବିଭାଗ ପ୍ରାଇଭେଟ୍ ବିଜ୍ଞାପନ ଏଜେନ୍ସି ମାଧ୍ୟମରେ କାମ କରାଉଛନ୍ତି।
ଏହା ବିଜ୍ଞାପନ ଶୈଳୀକୁ ଅଧିକ ପେସାଦାର, ମାର୍କେଟ ଭିତ୍ତିକ ଓ ପ୍ରଭାବଶାଳୀ କରୁଛି।
ସରକାର ନିଜ ଦେଶକୁ ବୈଦେଶିକ ଏବଂ ଦେଶୀ ବଜାରରେ ଏକ ଆକର୍ଷଣୀୟ "ବ୍ରାଣ୍ଡ" ବନେଇବାକୁ ଚାହୁଁଛନ୍ତି। ସରକାର ବିଜ୍ଞାପନ ଏବେ ଏକ ଦିଗରୁ ସଚେତନତା ଅଭିଯାନ, ଆଉ ଅନ୍ୟ ଦିଗରୁ ବ୍ରାଣ୍ଡ ବିକାଶ ଓ ରାଜନୈତିକ ଛବି ତିଆରିର ଉପକରଣ ହୋଇଯାଇଛି। ବୈବସାୟିକ ଶୈଳୀ ଦ୍ୱାରା ଏହା ଅଧିକ ପ୍ରଭାବଶାଳୀ ହେଉଛି, ଯେଉଁଥିରେ ଲକ୍ଷ୍ୟ ହେଉଛି ଲୋକଙ୍କ ମନରେ ସ୍ଥାନ କରିବା।
      ବିଜ୍ଞାପନ କେବଳ ବିକ୍ରି ଓ ପ୍ରଚାର ର ଏକ ଉପାୟ ନୁହେଁ।ଏହା ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ଶିକ୍ଷାମୂଳକ ଭାବରେ ଜନମାନସ ଉପରେ ଗଭୀର ପ୍ରଭାବ ପକାଏ । ସରକାରଙ୍କର ସମସ୍ତ ନିତୀ , ନିୟମ ଓ କାର୍ଯ୍ୟ ଲୋକଙ୍କ ପାଇଁ ଉଦିଷ୍ଟ ଏବଂ ଲୋକଙ୍କର ଅର୍ଥରେ ହୁଏ । ତେଣୁ ଏ ସବୁର ସର୍ବସାଧାରଣରେ ଜ୍ଞାତ ପାଇଁ ବିଜ୍ଞାପନର ନିହାତି ଆବଶ୍ୟକତା ଅଛି। ସରକାରୀ ବଜେଟର କେତେଭାଗ ବିଜ୍ଞାପନରେ ଖର୍ଚ୍ଚ ହେବ ଏବଂ ଏଥିପାଇଁ ନିର୍ଦ୍ଧିଷ୍ଟ ନିତୀ ନିୟମ କ'ଣ ହେବ ତାହା ପ୍ରଥମେ ଲୋକ ପ୍ରତିନିଧି ମାନଙ୍କୁ ସ୍ଥିର କରିବା ଦରକାର। ସେହିପରି ବିଜ୍ଞାପନ ବାବଦରେ ହେଉଥିବା ସରକାରୀ ଖର୍ଚ୍ଚରେ ଉଚିତ ତର୍ଜମା ହେବା ଦରକାର ।ବିଜ୍ଞାପନ କେତେ ଫଳପ୍ରଦ ହେଉଛି ତାହା ମଧ୍ୟ ସର୍ବସାଧାରଣ ଜାଣିବା ଦରକାର । କିନ୍ତୁ ବିଜ୍ଞାପନକୁ ପାଥେୟ କରି ପ୍ରଚାର ମାଧ୍ୟମକୁ ରାଜନିତୀକରଣ କରିବା ଉଚିତ ନୁହେଁ। ଏକ ସୁସ୍ଥ ଗଣତନ୍ତ୍ରର ପରିଚାୟକ ନୁହେଁ।
ତେଣୁ ବିଜ୍ଞାପନରେ ଦଳୀୟ ଚିହ୍ନ, ନେତାଙ୍କ ଫଟୋ ଓ ବ୍ୟକ୍ତିଗତ ଶ୍ରେୟ ବଞ୍ଚିତ ହେବା ଉଚିତ। ପ୍ରତି ବର୍ଷ ବିଜ୍ଞାପନ ପାଇଁ ବ୍ୟୟ ହେଉଥିବା ଧନର ତାଲିକା ଲୋକଙ୍କ ସମ୍ମୁଖରେ ଆସିବା ଉଚିତ। ବିଜ୍ଞାପନ ମାଧ୍ୟମରେ ସୂଚନା ଦେବା ସହିତ, ଗ୍ରାମ ସଭା, ସ୍କୁଲ ଅଭିଯାନ, ନାଟକ , ରେଡ଼ିଓ ମାଧ୍ୟମରେ,ଲୋକସାହିତ୍ୟ ମାଧ୍ୟମରେ ମଧ୍ୟ ବିନା ଅଧିକ ଖର୍ଚ୍ଚରେ ସୂଚନା ଦିଆଯାଇ ପାରିବ।
              ଆମେ ଦେଖୁଛୁ ଯେ, ବିଭିନ୍ନ ଟିଭି ଚ୍ୟାନେଲ, ଅଖବାର, ହୋର୍ଡିଂ ଏବଂ ସୋସିଆଲ ମିଡ଼ିଆ ଭରି ଯାଇଛି ସରକାରୀ ବିଜ୍ଞାପନରେ। ପ୍ରଶ୍ନ ଏଠାରେ ଏହି ଯେ: ଏତେ ଧନ ଯଦି ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସୁବିଧା, ଅନାଥ ଓ ଅଶକ୍ତ ପାଇଁ ବ୍ୟୟ ହୁଏ, ତେବେ ତ ଜନମାନସରେ ତାହାର ପ୍ରଭାବ ଅଧିକ ହେବ। ତେଣୁ ସରକାର ବିଜ୍ଞାପନ କରିବା ଉଚିତ, କିନ୍ତୁ ଲାଭ ପ୍ରାପ୍ତ ବ୍ୟବସାୟ ଭଳି ନୁହେଁ। ସେବା ଓ ସତ୍ୟ ହେଉଛି ସରକାରର ମୂଳ ଲକ୍ଷ୍ୟ, ବ୍ୟବସାୟ ନୁହେଁ। ତାହାର ଉଦ୍ଦେଶ୍ୟ ହେଉଛି ସେବା, ସଚେତନତା ଓ ଜନସାଧାରଣ ଲାଭ। ବିଜ୍ଞାପନ ହେଉ ସତ୍ୟ ଭିତ୍ତିକ , ତଥ୍ୟ ଭିତ୍ତିକ ଓ ନିଷ୍ପକ୍ଷ। କିଛି ଗୋପନ ରାଜନୈତିକ ଲାଭ ଲାଗି ନୁହେଁ। ଏହି ବିଚାର ରଖିଲେ ସରକାର ବିଶ୍ୱାସ ଯୋଗ୍ୟ ଏବଂ ଲୋକାଭିମୁଖୀ ରୁପେ ଅଗ୍ରସର ହୋଇପାରିବେ।


ମିନାକ୍ଷୀ ଦ୍ବିବେଦୀ 
୭୯୭୮୦୮୨୮୩୪
ଗୁରୁ ଗ୍ରାମ 



Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...