ମା' କ୍ଷୀର – ପ୍ରେମ ଓ ବିଜ୍ଞାନର ମିଶ୍ରଣ
ମାଆର କ୍ଷୀର ସତେକି ଅମୃତ ଝରଣା,
ସେଥିରେ ଲୁଚିଛି ତତ୍ତ୍ଵ,ପ୍ରାଣର ନମୁନା।।
ମାଆର ଛୁଆଁ ତାର ମମତାର ବନ୍ଧନ,
ସ୍ତନ୍ୟପାନ ଶିଶୁର ପ୍ରଥମ ପୋଷଣ।।
ମାଆର ଛାତି ଶିଶୁର ପ୍ରଥମ ଆଶ୍ରୟ,
ମା' ଦୁଧରେ ଅଛି ଶିଶୁର ଯେତେ ଖାଦ୍ୟପେୟ।।
କୋଲୋଷ୍ଟ୍ରମରେ ଅଛି ଶକ୍ତି ସ୍ନେହସାର,
ଇମୁନୋଗ୍ଲୋବୁଲିନ ବଢାଏ ରକ୍ଷାର ହାର।।
ଲାକ୍ଟୋଜ ଦିଏ ଶକ୍ତି ,ଅଟେ ଉର୍ଜାର ମୁଖ୍ୟ,
ଫ୍ୟାଟ , ଭିଟାମିନ ଜ୍ଞାନ ବୃଦ୍ଧିର ପ୍ରମୁଖ।।
ପ୍ରୋଟିନରେ ବିକଶିତ ଶିଶୁର ଗଠନ,
ଦୁଧ ହେଉଛି ପ୍ରାକୃତିକ ପୃଷ୍ଟିର ବନ୍ଧନ।।
ମାକ୍ରୋଫେଜ,ଲିମ୍ଫୋସାଇଟ,ଏନଯାଇମ ଯେତେ,
ଶିଶୁ ପାଇଁ ଉପକାରୀ ଜାଣିବା ସମସ୍ତେ ।।
DHA, ARA ବଢାଏ ମସ୍ତିଷ୍କର ଗତି,
Probiotic , Prebiotic ରଖେ ପେଟକୁ ସୁସ୍ଥି।।
ମିନେରାଲ ,ଜଳ,କାର୍ବୋହାଇଡ୍ରେଟ ଯେତେ,
ମା' କ୍ଷୀରରେ ଭରପୁର ଥାଆନ୍ତି ସମସ୍ତେ।।
ଭିଟାମିନAରେ ହୁଏ ଚକ୍ଷୁ ପ୍ରଭାବଶାଳୀ,
ଇମ୍ୟୁନିଟ କରାଏ ଶିଶୁକୁ ଶକ୍ତିଶାଳୀ।।
ବିଜ୍ଞାନ କହେ ମା' କ୍ଷୀର ଅଟେ ବଳବାନ,
ରହିଛି ଶରୀର, ମନ ବିକାଶର ଗୁଣ।।
ମାର କ୍ଷୀର ଜୀବନର ପ୍ରଥମ ଔଷଧ,
ଦୂର କରେ ସବୁ ରୋଗ, ଶିଶୁ ରହେ ସୁସ୍ଥ।।
ପ୍ରଥମ ସପ୍ତାହ ଯେବେ ଅଗଷ୍ଟ ମାସର,
ସଚେତନ କରି ଦିଏ ସନ୍ଦେଶ ଗଭୀର।।
ମା' ଦୁଧରେ ଅଛି ଯେତେ ମହତ୍ତ୍ୱ ବୁଝାଏ,
ଭଗବାନଙ୍କ ଅନୁପମ ଉପହାରଟିଏ।।
ମାଆ ଛାତିରୁ ବୋହିଯାଏ ନିର୍ବିକଳ୍ପ ଝର,
ମାଆ କୋଳ ଅଟେ ସତେ ଅନନ୍ତ ଭଣ୍ଡାର।।
ସ୍ତନ୍ୟପାନ ଶିଶୁର ପ୍ରଥମ ପରିଚୟ,
ମା,ଶିଶୁର ମମତା କେତେ ଆନନ୍ଦମୟ।।
ମାତୃ ଦୁଧରେ ଥାଏ ଭରପୂର ଆହାର,
ବଢିଥାଏ ପ୍ରତିରୋଧ କ୍ଷମତା ଶିଶୁର।।
ଏଠି ହୁଏ ଆତ୍ମା ଓ ଅସ୍ତିତ୍ୱର ଗଠନ,
ମାଆର ଉତ୍ସର୍ଗ ଅନନ୍ୟ ଦିଏ ଦିବ୍ୟଜ୍ଞାନ।।
ପାନୀୟ ନୁହେଁ କେବଳ , ହୁଏ ଜୀବନ ଗଢା,
ରହିଥାଏ ଶରୀର, ମନ ,ଅନ୍ତଃପ୍ରାଣ ଯୋଡ଼ା ।।
ପ୍ରତି ତିନି ଘଣ୍ଟାରେ ଯେବେ ଶିଶୁ ପିଏ ଏହା,
ନୁତନ ଜୀବନ ପାଏ ମିଳିଯାଏ ରାହା।।
ପ୍ରଥମ ଛ' ମାସ ଯିଏ କରେ ସ୍ତନ୍ୟ ପାନ,
ଶିଶୁ ଜୀବନ ପାଇଁ ଅଟେ ଶ୍ରେଷ୍ଠ ଅଭିଯାନ।।
ବିଜ୍ଞାନ କହେ ମା' କ୍ଷୀର ନେଚୁରାଲ ଭାକ୍ସିନ,
ପ୍ରକୃତରେ ମା ପ୍ରେମର ଡିଭାଇନ୍ ସାଇନ୍।।
ନାହିଁ ଏଠି କୃତ୍ରିମ କିମ୍ବା କୃତ୍ରିମତା,
ଅଛି ଖାଲି ପ୍ରାକୃତିକ ଜୀବନ ତାତ୍ତ୍ୱିକତା।।
Comments
Post a Comment