ଶିଶୁ ଓ କିଶୋର ମାନଙ୍କ ପାଇଁ ଉପଯୁକ୍ତ ଚଳଚ୍ଚିତ୍ର
ଏହି ଆଧୁନିକ ଯୁଗରେ ଚଳଚ୍ଚିତ୍ର ମାନବ ଜୀବନର ଏକ ଅଭିନ୍ନ ଅଂଶ ହୋଇପାରିଛି। ଏହା କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ ଏକ ଶକ୍ତିଶାଳୀ ଶିକ୍ଷା ମାନ୍ୟ ମାଧ୍ୟମ ଭାବରେ ବ୍ୟବହୃତ ହେଉଛି। ବିଶେଷକରି ଶିଶୁ ଓ କିଶୋର ମାନଙ୍କ ପାଇଁ ଚଳଚ୍ଚିତ୍ର ବହୁତ ପ୍ରଭାବୀ ହୋଇଥାଏ, କାରଣ ସେମାନେ ଯାହା ଦେଖନ୍ତି, ତାହାର ପ୍ରଭାବ ସହଜରେ ତାଙ୍କ ମନ ଉପରେ ପଡ଼େ। ଏହିଠାରୁ ଏହା ସ୍ପଷ୍ଟ ଯେ, ଉପଯୁକ୍ତ ଚଳଚ୍ଚିତ୍ର ଶିଶୁ ଓ କିଶୋର ମନର ବିକାଶ ଓ ଗଠନ ପାଇଁ ଏକ ମୂଖ୍ୟ ଭୂମିକା ଆଦାୟ କରେ।
ଶିଶୁମାନଙ୍କର ବୟସ ଅତ୍ୟନ୍ତ ସମ୍ବେଦନଶୀଳ ଓ ଗଢ଼ିବା ଯୋଗ୍ୟ ଅବସ୍ଥା ଅଟେ। ଏହି ବୟସରେ ଦିଆଯାଉଥିବା ଶିକ୍ଷା, ମୂଲ୍ୟ ବିଚାର, ଓ ଅନୁଭୂତି ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ଜୀବନରେ ରହିଯାଏ। ତେଣୁ ଏହି ବୟସରେ ଦେଖାଯାଉଥିବା ଚଳଚ୍ଚିତ୍ର ହାସ୍ୟରସ ଭରା ହେବା ସହିତ ଶିକ୍ଷାପ୍ରଦ ଓ ନୈତିକ ଶିକ୍ଷା ଦେଉଥିବା ଉଚିତ।
ଶିଶୁ (1-12 ବୟସ) ଓ କିଶୋର (13-18 ବୟସ) ମାନେ ଭିନ୍ନ ବୟସ ଓ ମାନସିକ ଅପରିପକ୍ୱତା ଥିବାରୁ ସେମାନଙ୍କ ପାଇଁ ଚୟନ କରାଯିବା ଚଳଚ୍ଚିତ୍ର ଭିନ୍ନ ଭିନ୍ନ ଧରଣର ହେବା ଉଚିତ।
ଶିଶୁ ମାନଙ୍କୁ ଏମିତି ଚଳଚ୍ଚିତ୍ର ଦେଖେଇବା ଯୋଉଥିରେ
ନିଜ ପରିବାର ମଧ୍ୟରେ ଥିବା ସ୍ନେହ, ଦୃଢ଼ତା, ଓ ସାହସର ଦୃଷ୍ଟାନ୍ତ ଥିବ।
ବନ୍ଧୁ ମଧ୍ୟରେ ଭାଇଚାରା ଓ ବିଶ୍ୱାସର ଅନୁପମ ଦୃଷ୍ଟାନ୍ତ ଥିବା ଚଳଚ୍ଚିତ୍ର ଦେଖେଇବା ଉଚିତ।
ଭାରତୀୟ ପ୍ରସଙ୍ଗରେ ନିତି ଓ ସତ୍ୟବାଦିତା ଶିକ୍ଷା ଦେଉଥିବା କାର୍ଟୁନ୍ ଶିଶୁମାନେ ପାଇଁ ବେଶ ଉପଯୁକ୍ତ।
କିଶୋର ଅବସ୍ଥା ହେଉଛି ଜୀବନର ଏମିତି ଅବଧି ଯେଉଁଠାରେ ମଣିଷ ନିଜ ମନ, ବୃତ୍ତି, ଆଦର୍ଶ ଓ ଲକ୍ଷ୍ୟ ବିଷୟରେ ଗଭୀର ଚିନ୍ତା କରିଥାଏ। ଏହି ସମୟରେ ଦେଖାଯିବା ଚଳଚ୍ଚିତ୍ର ତାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏମିତି ଚଳଚ୍ଚିତ୍ର ଦେଖିବାକୁ ଦେବା ଯୋଉଥିରେ ଆତ୍ମପରିଚୟ, ନାଗରିକତା, ମୂଲ୍ୟ ବିଚାର, ସାହସ, ମନୋବୃତ୍ତି ଗଠନ ହେଇପାରିବ।
ତେଣୁ ଏହି ବୟସରେ ଦେଖାଯିବା ଚଳଚ୍ଚିତ୍ର ଏପରି ହେବା ଉଚିତ ଯେଉଁଠାରେ ଆଦର୍ଶ ବ୍ୟକ୍ତିତ୍ୱ, ନୀତି ଓ ଜୀବନ ଶିକ୍ଷା ରହିଥାଏ।
ଯେମିତିକି ହାରି ପଟର(Harry Potter Series) ମିତ୍ରତା, ସତ୍ୟ ପାଇଁ ଯୁଦ୍ଧ, ଓ ଦୃଢ଼ତାର ଶିକ୍ଷା ମିଳିଥାଏ।
ତାରେ ଜମିନ ପର, ସିତାରେ ଜମିନ ପର – ଏହି ଫିଲ୍ମ ଦ୍ୱାରା ଶିଶୁ ମନର ସୃଜନଶୀଳତା ଓ ନିଜ ବ୍ୟକ୍ତିତ୍ୱର ଗୁରୁତ୍ୱ ବୁଝାଯାଏ। ଏମିତି ଅନେକ ଚଳଚ୍ଚିତ୍ର ଅଛି ଯାହାଦ୍ବାରା ସେମାନେ ଅନେକ ଶିକ୍ଷା ପାଇଁ ପାରିବେ।
ପ୍ରେରଣା, ଆତ୍ମବିଶ୍ୱାସ, ଏକ ଅଭିଯାନ ଭିତ୍ତିକ ଚଳଚ୍ଚିତ୍ର ହେଉ,
ଐତିହାସିକ,ମାନସିକ ଓ ଶାରୀରିକ ଗଠନ ମୂଳକ ସମ୍ବନ୍ଧୀୟ ହେଉ,ପରିବାର ଦାୟିତ୍ୱ,ଖେଳନା ଭିତ୍ତିକ କାହାଣୀ, ମିତ୍ରତା ଓ ଭଲପାଇବା ଉପରେ ଶିକ୍ଷଣୀୟ ଚଳଚ୍ଚିତ୍ର ହେଉ, ବିଶିଷ୍ଟ ଲୋକଙ୍କର ଅନୁଭୂତି, ଆତ୍ମଜୀବନୀ ବା କ୍ରୀଡା ସମ୍ବନ୍ଧୀୟ, ଶିଷ୍ଟାଚାର,ସହନ ଶୀଳତା ଚଳଚ୍ଚିତ୍ର ସାମ୍ପ୍ରତିକ ସମୟରେ କିଶୋର ମନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପକେଇ ପାରିବ।
ଶିକ୍ଷାଦାୟୀ, ନୈତିକ ଶିକ୍ଷା ଥିବା ଚଳଚ୍ଚିତ୍ର ବାଛି ଦେଖାଇବା ଉଚିତ।
ଯେଉଁ ଚଳଚ୍ଚିତ୍ରଗୁଡ଼ିକ ଅନୁଚିତ ବିଷୟବସ୍ତୁରେ ଭରିଥାଏ, ସେଗୁଡ଼ିକ ପିଲାମାନଙ୍କୁ ଦେଖାଇବା ଉଚିତ୍ ନୁହେଁ। ଅନୁଚିତ ଚଳଚ୍ଚିତ୍ର ଦ୍ୱାରା ତାଙ୍କ ମନୋବୃତ୍ତି ଓ ଚରିତ୍ର ଉପରେ ନେଗେଟିଭ୍ ପ୍ରଭାବ ପଡ଼ିପାରେ।
ହିଂସା ଓ ଆକ୍ରମଣ ଭିତ୍ତିକ ଚଳଚ୍ଚିତ୍ର (Violent Films),
ଭୂତ ଓ ଭୟଭୀତ କାହାଣୀ ଭିତ୍ତିକ ଚଳଚ୍ଚିତ୍ର (Horror Films)
ଅଶ୍ଳୀଳ ଓ ବୟସ୍କ ବିଷୟବସ୍ତୁ ଥିବା ଚଳଚ୍ଚିତ୍ର (Obscene/Adult Content)
ଏପରି ଫିଲ୍ମ ଯେଉଁଠି ଆତ୍ମହତ୍ୟା, ମାଦକ ଦ୍ରବ୍ୟ ବ୍ୟବହାର, ଅନ୍ୟାୟ ଜୀବନଶୈଳୀକୁ ଗ୍ଲାମର ଭାବେ ପ୍ରସ୍ତୁତ କରାଯାଏ।
ସେହିସବୁ କାହାଣୀକୁ ନେଇ ହେଇଥିବା ଚଳଚ୍ଚିତ୍ର ପିଲା ମାନଙ୍କୁ ଦେଖେଇବା ଉଚିତ୍ ନୁହେଁ।
ଚଳଚ୍ଚିତ୍ର ଦେଖିବା ଆଗରେ CBFC (Central Board of Film Certification) ସର୍ଟିଫିକେଟ୍ ଦେଖିବା ଦରକାର "U" ଅର୍ଥାତ୍ ସମସ୍ତ ବୟସ ପାଇଁ ଉପଯୁକ୍ତ।
ପିଲାମାନେ ଯେଉଁ ଚଳଚ୍ଚିତ୍ର ଦେଖୁଛନ୍ତି, ତାହା ଉପରେ ନିୟମିତ ନଜର ରଖିବା ଉଚିତ।
ପିଲାମାନଙ୍କ ଜୀବନ ଗଢ଼ିବା ଦାୟିତ୍ୱ କେବଳ ପାଠ୍ୟପୁସ୍ତକ ଉପରେ ନୁହେଁ, ସେମାନେ ଯେଉଁ ଦୃଶ୍ୟ ଦେଖୁଛନ୍ତି, ଯେଉଁ କଥା ଶୁଣୁଛନ୍ତି ସେଗୁଡ଼ିକ ତାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଶିଶୁ ଓ କିଶୋର ମନର ବିକାଶ ଏବଂ ଦୃଢ଼ ମୂଲ୍ୟବୋଧ ଗଢ଼ିବାରେ ଚଳଚ୍ଚିତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଦାୟ କରେ। ଠିକ ଭାବରେ ଚୟନ କରାଯାଇଥିବା ଚଳଚ୍ଚିତ୍ର ଶିଶୁ ଓ କିଶୋର ମନେ ସାହସ, ସତ୍ୟ, ଦୟା ଓ ନୀତିର ଅଙ୍କୁର ରୋପଣ କରିପାରେ। ତେଣୁ ଅଭିଭାବକ ଓ ଶିକ୍ଷକମାନେ ଏହି ଦିଗରେ ସଚେତନ ଓ ଜିମ୍ମେଦାରୀପୂର୍ଣ୍ଣ ଭୂମିକା ନିର୍ବାହ କରିବା ଦ୍ୱାରା ଏକ ଉଜ୍ଜ୍ୱଳ ପିଢ଼ି ଗଢ଼ିପାରିବେ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment