*ସବୁଜ ସାକ୍ଷୀ*
ଚିଠି ଏକ କାଗଜ ନୁହେଁ,
ଅନୁପସ୍ଥିତିର ଏକ ଦୃଢ଼ ଦଲିଲ
ହୃଦୟର ଜୀବନ ଲେଖାର ଏକ ସ୍ପନ୍ଦନ,
ଅକ୍ଷର ଏଠାରେ କେବଳ ଶବ୍ଦ ନୁହେଁ
ସେମାନେ ହେଉଛନ୍ତି ହୃଦୟ ଆଖିର ଅଶ୍ରୁ
ଏକ ସ୍ନେହ,ଏକ ଅପେକ୍ଷା
ମୁନ୍ଦା ସ୍ତବ୍ଧତା ବ୍ୟାଖ୍ୟାହୀନ ମନର ଏକ ସ୍ୱର,
ଅକ୍ଷର ମଧ୍ୟରେ ଜୀବନର ଜୀବ,
ଚିଠି ଅନେକ କିଛି କହି ପାରୁଥିଲା
ପ୍ରେମ, ଦୁଃଖ, ରାଗ, ପ୍ରତିଶୋଧ,ହସ,କାନ୍ଦ
ଶବ୍ଦ ମଧ୍ୟରେ ଗଢ଼ା ଯାଉଥିଲା ଅନୁଭବର ଅନୁବାଦ
ଅନ୍ଲାଇନର ଦୁନିଆ ଚିଠିର
ଗୁପ୍ତ ଅଭିଳାଷାକୁ ଭୁଲିଯାଇଛି
ଅକ୍ଷର ଗୁଡ଼ିକ ଆଉ ମନୁଷ୍ୟର ଅଦୃଶ୍ୟ ସେତୁ ନୁହେଁ,
ମୋବାଇଲ ଏବଂ ମୃତ ଇମୋଜିରେ
ବିନିମୟ ହୁଏ ଭାବନା ରହିତ ବାତାବରଣ
ଯେଉଁଠି ଦିନେ କଥା ଥିଲା
"ମୁଁ ଭଲ ଅଛି, ତୁମେ କେମିତି ଅଛ?"
ସେଇଠି ଏବେ ଅଛି କେବଳ
ସିନ୍ ର "Seen ✔" ର ଏକ ନିର୍ବାକ୍ ଅନୁତ୍ତର।
ଯେତେବେଳେ ପାଠକ ନଥାଏ,
ସେତେବେଳେ ଶବ୍ଦ ମଧ୍ୟ ଆତ୍ମହତ୍ୟା କରେ
ଏ ଆତ୍ମହତ୍ୟା ଅକ୍ଷରର ନୁହେଁ,
ଏ ମୃତ୍ୟୁ ଜଣେ ଅନ୍ତର୍ଦୃଷ୍ଟି ହାରିଥିବା ଲେଖକର
ଚିଠି ଆତ୍ମାର ଅବତାର
ସେ ଯେତେବେଳେ ପଢ଼ା ଯିବାକୁ ବଞ୍ଚିତ ହୁଏ,
ମୁନ୍ଦ ବାନ୍ଧି ଅନବଲୋକିତ ହୋଇ ପଡ଼ି ରହେ
ତା'ର ତାତ୍ତ୍ୱିକ ଭାବ ଧ୍ୱଂସ ହୁଏ,
ଧ୍ୱଂସ ହୁଏ ସଂଯୋଗ ର ମୃତ୍ୟୁ,
ହୁଏ ସମ୍ବେଦନର ବିସ୍ମୃତି
ଅନୁପଠିତ ଚିଠି ମାନେ
ଅନୁଚିନ୍ତିତ ମନ ର ଶବଦାହ
ଏବେ ଡିଜିଟାଲ ଛାୟାରେ
ପାଉଛି ନୋଟିଫିକେସନ୍ ଧ୍ୱନି,
ଯେଉଁଥିରେ ନା ରହିଛି ମନ,
ନା ରହିଛି ମନର ଅଭିଳାଷା
ଏବେ ଲେଖିବା ମାନେ
କିବୋର୍ଡ ତଳେ ଅସ୍ତିତ୍ୱ ହରାଇବା,
ଚିଠି ଆତ୍ମସତ୍ତା ହରାଇଛି ସତ
ତଥାପି ସମୟର ଶିଳା ଉପରେ
ନିର୍ବାଣ ହୃଦୟର ସବୁଜ ସାକ୍ଷୀ
ହୋଇ ରହିଯାଇଛି ସବୁଦିନ ପାଇଁ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୭୩୪
ଗୁରୁ ଗ୍ରାମ
Comments
Post a Comment