ସ୍ନେହର ଡୋର ରାକ୍ଷୀ
ସ୍ନେହ ଡୋରେ ବନ୍ଧା ମଧୁର ମୁହୂର୍ତ୍ତ
ଭାଇ-ଭଉଣୀର ଏକତାର ସର୍ତ୍ତ।।
ପ୍ରେମ ଓ ବିଶ୍ୱାସରେ ହୃଦୟ ଗାନ,
ଚିର ସମ୍ପର୍କ ଏହି ରାକ୍ଷୀର ମାନ।।
କେବେ ଝଗଡା ତ କେବେ ହସକାନ୍ଦ,
ମୁହଁ ଫୁଲାଫୁଲି, ବିତର୍କ ବିବାଦ।।
ଅଝଟ ପଣର ଛବିଳ ସମୟ,
ଭାଇ ଯୋଗୁଁ ଥାଏ ଭଉଣୀ ନିର୍ଭୟ।
ରାକ୍ଷୀ ସୁରକ୍ଷାର ସଶକ୍ତ ପ୍ରାଚୀର,
କ୍ଷଣିକ ନୁହେଁ ସେ ଜନ୍ମ ଜନ୍ମାନ୍ତର।
ଭଉଣୀ ବାନ୍ଧି ଦିଏ ସ୍ନେହର ଝୁଲି,
ରକ୍ଷା କରେ ଭାଇ କବଚ ଭଳି।।
ଭଗିନୀର ଦୁଃଖେ ଭାଇ ଯେ ଢାଳ,
ଆଜନ୍ମ ପ୍ରତିଶ୍ରୁତି ଭାଇର ଗେଲ।।
ମଥାରେ ହଳଦୀ ଓ ଫୁଲ ଚନ୍ଦନ,
ମିଠା ,ପିଠା , କ୍ଷୀରି କେତେ ବ୍ୟଞ୍ଜନ।।
ଧାଗା ନୁହେଁ ସେତ ସଂଯୋଗର ସୁତ୍ର,
ଆତ୍ମୀୟତାର ଅଟେ ଅମୃତ ପାତ୍ର।।
ଧରଣୀ ବାନ୍ଧେ ଇନ୍ଦ୍ରଧନୁର ରାକ୍ଷୀ,
ଜହ୍ନମାମୁଁ ଦିଅଇ ହାତ ସଳଖି।।
ଜଗା ବଳିଆ ଆମ ପ୍ରାଣ ଠାକୁର,
ସୁଭଦ୍ରା ବାନ୍ଧନ୍ତି ମଙ୍ଗଳର ଡୋର।।
ଭାଇ, ଭଉଣୀ ସ୍ନେହ ଅମୂଲ ମୂଲ
ସୁନା,ରୂପା , ହୀରା ହବନି ତୁଲ।।
ରଜ୍ଜୁ ନୁହେଁ ସେତ ଶ୍ରଦ୍ଧାର ଡୋର
ଶୀତଳ ଚନ୍ଦନ ସମ ତପ୍ତ ମରୁର।।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment