*ଛୋଟ ନୁହଁ ତୁମେ*
ପକ୍ଷୀ ଟିଏ ନୁହଁ ଆକାଶ ଯେ ତୁମେ
ବିଶାଳ ତୁମର କାୟା,
ଜଳଧାରା ନୁହଁ ସାଗର ଯେ ତୁମେ
ରତ୍ନ ଗର୍ଭା ତୁମ ରାହା।
ପଥର ଯେ ନୁହଁ ପର୍ବତ ତୁମେ
ସ୍ଥିର ଚିତ୍ତ ମନୋରଥ,
ଗଛଟିଏ ନୁହଁ ଜଙ୍ଗଲ ଯେ ତୁମେ
ସବୁଜ, ନିର୍ମଳ ପଥ।
ଫୁଲ ଟିଏ ନୁହଁ ପୁରା ଫୁଲବନ
କଅଁଳ ତୁମର ମନ,
ଅଣୁ ନୁହଁ ତୁମେ ମଧୁର ମଳୟ
ସୁଗନ୍ଧିତ ପ୍ରତିକ୍ଷଣ ।
ଜଳବିନ୍ଦୁ ନୁହଁ ମେଘ ମହ୍ଲାର ଯେ
ଶୀତଳ ଚନ୍ଦନ ସମ,
ଦୀପ ନୁହଁ ତୁମେ ଆଲୋକ ବର୍ତ୍ତୀକା
ପ୍ରଜ୍ଜ୍ବଳିତ କର ଧାମ,
ସ୍ଵାର୍ଥପର ନୁହଁ ସମର୍ପଣେ ହିତ
ନିଷ୍ପାପ,ସରଳ ମନ,
ପଥିକ ଯେ ନୁହେଁ ତୁମେ ପାନ୍ଥଶାଳା
ଅଟ ଶ୍ରେଷ୍ଠ ବରଦାନ।
ବହି ନୁହଁ ତୁମେ ଜ୍ଞାନ ଗନ୍ତାଘର
ସତ୍ୟ,ପ୍ରେମ,ଗୀତା ବାଣୀ,
ଛୋଟ ନୁହଁ ତୁମେ ଏ ଧରା ବୁକୁରେ
ଭବିଷ୍ୟତ ଶିରୋମଣି।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment