ଯା ଦେବୀ ସର୍ବଭୂତେଷୁ
ସବୁ ସୃଷ୍ଟିର ସ୍ରଷ୍ଟା ଗୋ ତୁମେ
ସବୁ ମାୟାର ସର୍ଜନା,
ସବୁ ପାପର ବିନାଶକ ତୁମେ
ସବୁ ପୂଣ୍ୟର ସାଧନା।
ସବୁ କ୍ଷତର ଉପଶମ ତୁମେ
ସବୁ ଆନନ୍ଦର ଉତ୍ସ,
ସବୁ କର୍ମର ପରିଣାମ ତୁମେ
ସବୁ କ୍ଷେତ୍ରେ ତୁମେ ଅଛ।
ସବୁ ଅନ୍ତର ଆରମ୍ଭ ହିଁ ତୁମେ
ସବୁ ଆରମ୍ଭର କର୍ତ୍ତା,
ସବୁ ଭକ୍ତର ଭକ୍ତି ଯେ ତୁମେ
ସବୁ ପ୍ରେମେ ଭର ବାର୍ତ୍ତା।
ସବୁ ପ୍ରଶ୍ନର ଉତ୍ତର ଗୋ ତୁମେ
ସବୁ ରହସ୍ୟର ସୁତ୍ର,
ସବୁ ଆତ୍ମାର ବନ୍ଧନ ଯେ ତୁମେ
ସବୁ ଜୀବନର ଶାସ୍ତ୍ର।
ସବୁ ପଥର ପ୍ରଦର୍ଶକ ତୁମେ
ସବୁ ମନର ପ୍ରେରଣା,
ସବୁ ରାତିର ପ୍ରଜ୍ଜ୍ୱଳକ ତୁମେ
ସବୁ କଷ୍ଟର ତାରଣା।
ସବୁ ଧ୍ୟାନର ଗଭୀରତା ତୁମେ
ସବୁ ହୃଦର ସ୍ପନ୍ଦନ,
ସବୁ ସତ୍ୟର ମହାନତା ତୁମେ
ସବୁ ବିଧିର ବିଧାନ।
ସବୁ ଦୁଃଖର ସାନ୍ତ୍ବନା ଗୋ ତୁମେ
ସବୁ ସ୍ୱପ୍ନର ସାକାର,
ସବୁ ଶୂନ୍ୟର ପୂର୍ଣ୍ଣତା ଯେ ତୁମେ
ସବୁ ଶକ୍ତିର ଆଗାର।
Comments
Post a Comment