ହୋଲି ଆଜି ହୋଲି ଆସିଅଛି ହୋଲି
ଖୁସିର ପସରା ମେଲି,
ଭିନ୍ନ ଭିନ୍ନ ରଙ୍ଗେ ସାଙ୍ଗସାଥୀ ମେଳେ
ପ୍ରୀତି ରଙ୍ଗ ଦେବା ବୋଳି।
ଫଗୁଣ ଆସିଛି ଚଇତାଳି ସାଥେ
ବସୁମତୀ ମାତା କୋଳେ,
ନାଲି ଓଢ଼ଣୀ ରେ ସଜେଇ ହୋଇଛି
ଭିଜା ଭିଜା ମହକରେ।
ନାଲି,ଧଳା,କଳା,ସବୁଜ,ଗୋଲାପୀ
ହଳଦିଆ, ନୀଳ ରଙ୍ଗ,
ସପ୍ତରଙ୍ଗେ ସଜ୍ଜା ସୁନ୍ଦରୀ ଧରଣୀ
ଅପୂର୍ବ ତା ଢଙ୍ଗ ଢାଙ୍ଗ।
ପୂଣ୍ୟ ପାର୍ବଣର ପ୍ରେମର ଋତୁ ରେ
ରଙ୍ଗାୟିତ ମନୋଭାବ,
ମନୁ ତେଜି ଦେବା ମିଛ ,ମାୟା ମୋହ
ବାଣ୍ଟି ଏକତାର ଭାବ ।
ସ୍ନେହ,ପ୍ରେମ ରଙ୍ଗ ସବୁଠୁ ଅମୁଲ୍ୟ
ମଧୁ ମାଦକତା ଭରେ,
ପ୍ରେମ ପରିଭାଷା ପ୍ରଭୁ ରାଧା କୃଷ୍ଣ
ଥାନ୍ତି ସ୍ନେହ,ବିଶ୍ବାସରେ।
ହୋଲି ଖେଳ ଖେଳା ପ୍ରଭୁ ରାସଲୀଳା
ଗୋପୀ,ଗୋପାଙ୍ଗନା ସଙ୍ଗେ,
ସେହି ରଙ୍ଗେ ଥାଏ ସମର୍ପଣ ଭାବ
ଭାଇଚାରା ଅଙ୍ଗେ ଅଙ୍ଗେ।
ସଂପର୍କ ର ହୋଲି ଖେଳିବା ସଭିଏଁ
ମମତାର ମହୁ ସିଂଚି,
ଆଗାମୀ ଯୁଗର ବାର୍ତ୍ତା ବହ ହୋଇ
ପ୍ରେମ ରଙ୍ଗ ଦେବା ବିଞ୍ଚି।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment